fbpx

ଆଜି ଆଇପିଏଲ୍ ନିଲାମି, ଏହି ୫ ବିଦେଶୀ ଖେଳାଳିଙ୍କ ହୋଇପାରେ ଟଙ୍କାର ବର୍ଷା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ପାଇଁ ଆଜିଠାରୁ ଆକସନ୍ ଆରମ୍ଭ ହୋଇଯିବ । ଆଗାମୀ ସଂସ୍କରଣ ପୁର୍ବରୁ ଆଜି କେରଳରେ ମିନି ଅକ୍ସନ(ନିଲାମି) ହେବ । ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୪୦୫ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଶୁକ୍ରବାର ନିଲାମିରେ ୧୦ ଆପିଏଲ୍ ଫ୍ରାଞ୍ଚାଇଜ୍ ନିଜର ପସନ୍ଦ ଖେଳାଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବେ ।

ତେବେ ଏହି ନିଲାମିରେ ଅନେକ ଷ୍ଟାର୍ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ୫ ଷ୍ଟାର୍ ଖେଳାଳି ବେନ୍ ଷ୍ଟୋକ୍ସ, ସାମ୍ କୁରାନ, କାମେରନ୍ ଗ୍ରୀନ୍‌, ନିକୋଲାସ୍ ପୁରାନ୍ ଏବଂ ରାଲି ରୂଷୋଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ନିକଟର ଅତିତରେ ଏହି ଖେଳାଳିମାନେ ସେମାନଙ୍କ ଦଳ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।

ଏହି ନିଲାମି ପ୍ରତିକ୍ରିୟାରେ ଭାରତର ସର୍ବାଧିକ ଖେଳାଳି ରହିଥିବା ବେଳେ ପଛକୁ ଅଷ୍ଟ୍ରେଲିଆ ରହିଛି । ୨୧ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ୨୨ ଖେଳାଳିଙ୍କ ସହ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜରୁ ୨୦, ଇଂଲଣ୍ଡରୁ ୨୭ ଏବଂ ନ୍ୟୁଜିଲାଣ୍ଡରୁ ୧୦ ଜଣ ଖେଳାଳି ରହିବେ । ଶ୍ରୀଲଙ୍କାର ୧୦ ଖେଳାଳି ଥିବାବେଳେ ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡର ୮ ଏବଂ ୪ ଖେଳାଳିଙ୍କୁ ନିଲାମରେ ସୁଯୋଗ ଦିଆଯାଇଛି । ଏହା ବ୍ୟତୀତ ବାଂଲାଦେଶର ଚାରିଜଣ ଖେଳାଳି, ନେଦରଲ୍ୟାଣ୍ଡର ଜଣେ ଏବଂ ଜିମ୍ବାୱେରୁ ଦୁଇଜଣ ଖେଳାଳି ନାମିବିଆର ୨ ଜଣଙ୍କୁ ସୁଯୋଗ ମିଳିବ । ମୋଟାମୋଟି ଭାବେ, ବିଦେଶରୁ ୧୩୨ ଖେଳାଳି ନିଲାମରେ ପ୍ରବେଶ କରୁଛନ୍ତି ।

Get real time updates directly on you device, subscribe now.