fbpx

ବନ୍ଦ ହେବ ବିଏମସିର ଉଚ୍ଛେଦ; ଆନ୍ଦୋଳନ ପରେ ନିଷ୍ପତ୍ତି ବଦଳାଇଲା ବିଏମସି

ଭୁବନେଶ୍ୱର: ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ବିଏମସି ଉଚ୍ଛେଦ ପ୍ରକ୍ରିଆ ବନ୍ଦ କରିବ ବୋଲି ଜଣା ପଡ଼ିଛି । ଆସନ୍ତା କାଲି ଠାରୁ ଉଚ୍ଛେଦ ହେବନି ବୋଲି ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର କହିଛନ୍ତି । ତେବେ ଏହି ଉଚ୍ଛେଦ କିଛି ଦିନ ପାଇଁ ବନ୍ଦ ରହିବ ଏବଂ ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା ହେବ । ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଥଇଥାନ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ଲେଙ୍କା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଡମଣା ଓ ପଟିଆ ଅଞ୍ଚଳର ରାସ୍ତା କଡ଼ରେ ଥିବା କିଛି ଦୋକାନ ଆଜି ଭଙ୍ଗା ଯାଇଥିଲା । ଏହାକୁ ପ୍ରତିବାଦ କରି କିଛି ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇଥିଲେ । ତାଙ୍କ କହିବା ଅନୁସାରେ ବିଏମସି ବିନା ଥଇଥାନ କରି କିପରି ଦୋକାନ ଉଚ୍ଛେଦ କରୁଛି ଏବଂ ଆଗକୁ ସେମାନେ କିପରି ଗୁଜୁରାଣ ମେଣ୍ଟାଇବେ । ବିଏମସି ପ୍ରଥମେ ଥଇଥାନ କରୁ ପରେ ଦୋକାନ ଉଠାଉ ବୋଲି ଦାବି ଜଣାଇଥିଲେ ।

ଉଚ୍ଛେଦ ଦ୍ୱାରା ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଉଛି । ଏହି କ୍ଷତି ପୂରଣ କିଏ ଦେବ ବୋଲି ଜନସାଧାରଣ ପ୍ରତିବାଦ କରିଥିଲେ । ରାଲି କରି ଉତ୍ତର ବିଏମସି କାର୍ଯ୍ୟାଳୟକୁ ପ୍ରତିବାଦୀମାନେ ଘେରାଉ କରିଥିଲେ । ଯେହେତୁ ଆଗକୁ ହକି ଖେଳ ଆସୁିଛି ତେଣୁ ସୌନ୍ଦର୍ଯ୍ୟ କରଣ ନାମରେ ବିଏମସି ଏପରି କରୁଛି ବୋଲି ଅଭିଯୋଗ ଆଣି ି ଉଠା ଦୋକାନୀ ବିରୋଧ କରିଥିଲେ ।

Get real time updates directly on you device, subscribe now.