fbpx

ପୋଖରୀରେ ବୁଡ଼ି ତିନି ଶିଶୁ ମୃତ, ଗାଧୋଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ

ରାଜନଗର: ପୋଖରୀରେ ଗାଧୋଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ ତିନି ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜନଗର ସାତଭାୟା ଗାଁରେ । ଦିନ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତିନି ଶିଶୁ ଗାଧୋଉଥିବା ସମୟରେ ବୁଡ଼ିଯାଉଥିବା ଦେଖି ଦୂରରେ ଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରିଥିଲେ।

ତିନି ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ରାଜନଗର ମେଡିକାଲକୁ ରେଫର କରିଥିଲେ । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ବର୍ତ୍ତମାନ ସମ୍ପୁର୍ଣ୍ଣ ରାଜନଗର ବ୍ଲକ୍‌ରେ ଶୋକର ପରିବେଶ ଦେଖିବାକୁ ମିଳିଛି।

ତିନି ମୃତକ ଶିଶୁଙ୍କ ବୟସ ୧୦ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ଡାକ୍ତରଖାନା ପରିସରରେ ମୃତ ପରିବାର ଲୋକଙ୍କ କନ୍ଦାକଟାରେ ଫାଟି ପଡୁଛି । ତେବେ ଏକକାଳିନ ତିନି ଜଣ ଶିଶୁ କିପରି ବୁଡ଼ିଗଲେ ସେ ନେଇ କୌଣସି ସବିଶେଷ ସୂଚନା ମିଳିନାହିଁ।

Get real time updates directly on you device, subscribe now.