ଭୁବନେଶ୍ୱର: କଡ଼ ଲେଉଟାଉଛି କରୋନା। ଚୀନରେ କରୋନା ବୃଦ୍ଧି ପାଇବା ଦ୍ୱାରା ଏବେ ସାରା ବିଶ୍ୱ ଏହାର ଆତଙ୍କ ଦେଖା ଦେଇଛି । ଭାରତର ବିଭିନ୍ନ ରାଜ୍ୟରେ ଏବେ ଠାରୁ କରୋନାକୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯାଉଛି ।ଏହା ପାଇଁ ଗାଇଡ ଲାଇନ ମଧ୍ୟ ଜାରି କରିବା ସହ ବିମାନବନ୍ଦରରେ ସାମ୍ପୁଲ ଟେଷ୍ଟ ପାଇଁ କୁହାଯାଇଛି ।
ଓଡିଶାର ସ୍ୱାସ୍ଥ୍ୟବିଭାଗ ମଧ୍ୟ ଏହାକୁ ନେଇ ତତ୍ପରତା ଦେଖା ଦେଇଛି । ରାଜ୍ୟରେ ଏବେ ଜଣେ ନୂଆ କୋଭିଡ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରମିତ ହୋଇଥିବାରୁ ଏବେ ସ୍ୱାସ୍ଥ୍ୟବିଭାଗ ଏହାକୁ ନେଇ ସଜାଗ ହୋଇଛି।
କରୋନାକୁ ମାତ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନାକୁ ପ୍ରତିହତ କରିବା ପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ମାନେ ବୈଠକରେ ସାମିଲ ଥିଲେ। କୋଭିଡ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ନୂଆ ଆଡ଼ଭାଇଜରୀ ଆସିପାରେ । ଭିଡ଼କୁ ନ ଯିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କୋଭିଡ ସିମଟମ ଦେଖାଦେଲେ ଟେଷ୍ଟିଙ୍ଗ କରାଯିବ। ଯାହାର ପଜିଟିଭ ବାହାରିବ ଜିନମ ସିକ୍ଯୁଏନସି ବାହାର କରାଯିବ ।
ଏ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଭୟ ନ କରି ସତର୍କ ରହିବାକୁ ସ୍ବାସ୍ଥ୍ୟା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତ ସରକାରଙ୍କ ପକ୍ଷରୁ କିଛି ନିର୍ଦେଶ ନାମା ଆସିଛି । ତାକୁ କେମିତି କାର୍ଯ୍ୟକାରୀ କରାଯିବ ତାହାକୁ ନେଇ ଏହି ବୈଠକ ବସିଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଆରଏମଆରସି ଠାରୁ ପରାମର୍ଶ ନିଆଯାଇଛି।