fbpx

ଜାଳିଦେଲେ ଋଷୀୟ ପର୍ଯ୍ୟଟକଙ୍କ ମୃତଦେହ; ପରିଚାଳନା ଦାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର; ଋଷୀୟ ପର୍ଯଟକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଲଗାତାର ଭାବେ ପ୍ରଶ୍ନ ଉଠୁଛି । ଏଭଳି ପରିସ୍ଥିତିରେ ତାଙ୍କର ମୃତଦେହକୁ ପୋଡ଼ି ଦିଆଯାଇଥିବା ଆଲୋଚନାର ବିଷୟ ହୋଇଛି । ଘଟଣାର ତଦନ୍ତ ଚାଲୁଥିଲାବେଳେ ଏଭଳି କାର୍ଯ୍ୟକୁ ନେଇ ରାୟଗଡ଼ା ପୋଲିସର ପରିଚାଳନା ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।

ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କର ମୃତଦେହକୁ କାହିଁକି ତରବରିଆ ଭାବେ ପୋଡ଼ି ଦିଆଗଲା ବୋଲି ସାଧାରଣରେ ଆଲୋଚନା ହେଉଛି । ସୋମବାର ବିଳମ୍ବିତ ରାତିରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି । ତେବେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପୋଡ଼ାଯାଇଛି । ଅନ୍ୟପଟେ ଋଷୀୟ ପର୍ଯଟକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲାବେଳେ ରିପୋର୍ଟରେ କଣ ରହିଛି ସେ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ ।

ସୂଚନା ଅନୁଯାୟୀ ତେବେ ୪ ଜଣ ଋଷ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ ଏବଂ ଦୁଇ ଜଣଙ୍କର ହଠାତ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ସୂଚନା ଅନୁସାରେ ୨୨ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୪ ତାରିଖ ଦିନ ତାଙ୍କ ବନ୍ଧୁ ଆତ୍ମହତ୍ୟା କରିଥିଲେ । ୠଷ ପର୍ଯ୍ୟଟକ ପାୱେଲ ଆନ୍ଥେମ୍ ମୃତ୍ୟୁ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିଲା । ଆତ୍ମହତ୍ୟା କରିଥିବା ସନ୍ଦେହରେ ରାୟଗଡ଼ା ପୋଲିସ ତଦନ୍ତ କରୁଥିôବାବେଳେ ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରୁଛି ।

Get real time updates directly on you device, subscribe now.