fbpx

(Video) ସପିଂ ମଲ୍ ରେ ବ୍ୟକ୍ତିଙ୍କୁ ଅଚାନକ୍ ଆସିଲା ହାର୍ଟ ଆଟାକ୍, ପାଖରେ ଥିବା ଡାକ୍ତର ଏପରି ବଞ୍ଚାଇଲେ ଜୀବନ!

ନୂଆଦିଲ୍ଲୀ: ହାର୍ଟ ଆଟାକର ମାମଲା ବଢ଼ିଚାଲିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯେଉଁଥିରେ ସପିଂ ମଲରେ କିଣାକିଣି କରୁଥିବା ଜଣେ ବ୍ୟକ୍ତିଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସିଥିବା ଦେଖିବାକୁ ମିଳୁଛି । କିନ୍ତୁ ଭାଗ୍ୟବଶତଃ ସେଠାରେ ଜଣେ ଡାକ୍ତର କିଣାକିଣି କରୁଥିଲେ ଓ ସେ ସିପିଆର ଦେବା ଆରମ୍ଭ କରିଥିଲେ । ଏହାର ୧୦ ମିନିଟ୍ ଭିତରେ ହିଁ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା ।

ତେବେ ଏହି ଭିଡିଓକୁ ଟ୍ୱିଟରରେ ରୋହିତ ନାମକ ଜଣେ ୟୁଜସ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ମୋ ବାପା ଏକ ଜୀବନ ରକ୍ଷା କରିଛନ୍ତି । ଏହି ମାମଲା ବେଙ୍ଗାଲୁରୁରେ ହୋଇଥିଲା । ଏଠାରେ ଜଣେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ତାଙ୍କ ନାକ ବନ୍ଦ ହୋଇଯାଇଥିଲା । ବାପା ତାଙ୍କ ଉପରେ ଦଶ ମିନିଟରୁ ଅଧିକ ସମୟ ସିପିଆର ଦେଖିଥିଲେ ଓ ତାଙ୍କର ହୋସ୍ ଆସିଥିଲା । ଏହି ବ୍ୟକ୍ତି ଭାଗ୍ୟବାନ ଥିଲେ ଯେ, ଜଣେ ତାଲିମପ୍ରାପ୍ତ ଅର୍ଥୋପେଡିକ୍ ସର୍ଜନ ତାଙ୍କ ପାଖରେ ସପିଂ କରୁଥିଲେ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଡାକ୍ତରମାନେ ଏକ ଆଶୀର୍ବାଦ ସ୍ୱରୂପ । ଭିଡିଓଟି ଦୁଇ ଦିନ ପୂର୍ବେ ଘଟିଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଷ୍ଟୋରରେ ଅନେକ ଲୋକ ଜମା ହୋଇ ସପିଂ କରୁଥିଲେ । ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ସିପିଆର ଦେଉଛନ୍ତି । ସି.ଆର.ପି ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଡାକ୍ତର ।ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.