fbpx

କ୍ୟାରିୟର ଗଢିବା ସମୟରେ ବାହା ହୋଇ ମାଆ ହେଲେ ଆଲିଆ, ନିଜର ଏହି ନିଷ୍ପତ୍ତି ରେ ଅନୁତାପ କରୁଛନ୍ତି କି?

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ମାନେ ନିଜ କ୍ୟାରିୟରକୁ ସୁନ୍ଦର କରିବା ପାଇଁ ଶୀଘ୍ର ବିବାହ କରନ୍ତି ନାହିଁ । ହେଲେ ଏହି ଇଣ୍ଡଷ୍ଟ୍ରୀର ସୁନ୍ଦରୀ ତରୁଣୀ ବା ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କ ତୁଳନାରେ ଖୁବ ଶୀଘ୍ର ବିବାହ କରିଛନ୍ତି ଏବଂ ମାଆ ମଧ୍ୟ ହୋଇସାରିଛନ୍ତି । ବର୍ତ୍ତମାନ ଆଲିଆ ଏହି ନିଷ୍ପତ୍ତିକୁ ନେଇ ମନ କଥା କହିଛନ୍ତି । ୨୯ବର୍ଷିୟ ଆଲିଆ ଯେତେବେଳେ ବିବାହ କଲେ ସେତେବେଳେ ଲୋକେ ତାଙ୍କୁ ଦେଖି ଖୁସି ହୋଇଥିଲେ କିନ୍ତୁ ତାଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ଥିଲେ । ହେଲେ ଆଲିଆ ନିଜ କ୍ୟାରିୟର ଗଢିବା ସମୟରେ ବିବାହ କରି ମାଆ ହେବାରେ କୌଣସି ଅନୁତାପ କରୁ ନାହାନ୍ତି । ସେ ତାଙ୍କ ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି ।

ସେ ଯେତେବେଳେ ଇ-ଟାଇମ୍ସରେ ଇଣ୍ଟରଭ୍ୟୁ ଦେଉଥିଲେ ସେତେବେଳେ ସେ ନିଜ ଜୀବନର ଏକ ବଡ଼ ବିଷୟ କଥା ଆଲୋଚନା କରିଥିଲେ । ସେ କହିଛନ୍ତି ଯେ, ଯଦି ମାଆ ହେବାରେ କାମ ଉପରେ କିଛି ପ୍ରଭାବ ପକାଉଛି ତେବେ ମୁଁ ଏହାକୁ ନେଇ କୌଣସି ଜିନିଷ ଭାବୁ ନାହିଁ । ପୁଣି ଆଲିଆ କହିଛନ୍ତି ଯେ, ହଁ ମୁଁ ମୋ କ୍ୟାରିୟର ଗଢିବା ସମୟରେ ବିବାହ କରିଛି ଏବଂ ମାଆ ହେବାର ନିଷ୍ପତ୍ତି ନେଇଛି । ହେଲେ କିଏ କହିଛି ଯେ, ବିବାହ କରିବା ପରେ କ୍ୟାରିୟର ଉପରେ ଫୋକୋସ ଦେଇ ପାରିବନି? ଯଦି ଆଛି ତେବେ କିଛି କଥା ନାହିଁ । ମୋତେ ଜଣାଥିଲା ଯେ, ମୁଁ ମାଆ ହେଲେ କେବେ ବି ଅନୁତାପ କରିବି ନାହିଁ । କାରଣ ଏହା ଏକ ନାଚୁରାଲ ଜିନିଷ । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମୋର ସବୁଠାରୁ ଭଲ ନିଷ୍ପତ୍ତି ଅଟେ ।

ଆଲିଆ ତାଙ୍କ ନୂଆ ବର୍ଷ ନିଜ ମାଆ, ଭଉଣୀ, ଶାଶୁଘର ଲୋକେ ଏବଂ ନିଜ ସ୍ୱାମୀଙ୍କ ସହ ଖୁବ ଖୁସି ହୋଇ ମନାଉଛନ୍ତି । ତେବେ କାମ କଥା କହିବାକୁ ଗଲେ ଆଲିଆ ଜନ୍ମଦେବା ପୂର୍ବରୁ ବ୍ରହ୍ମାସ୍ତ୍ର ଫିଲ୍ମରେ ଅନେକ ଟଙ୍କା ରୋଜଗାର କରିଛନ୍ତି । ସୂଚନା ଆସିଛି ଯେ, ଆଲିଆଙ୍କ ନୂତନ ଫିଲ୍ମ ଏପ୍ରିଲ ୨୮ରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକମାନେ କେତେ ଭଲ ପାଇବା ଦେଉଛନ୍ତି ତାହା ଦେଖିବା ପାଇଁ ଅପେକ୍ଷା ରହିଛି ।

Get real time updates directly on you device, subscribe now.