fbpx

ବ୍ୟବସାୟିକ ଖର୍ଚ୍ଚ ଆକାରରେ ‘ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ’ ସଂକ୍ରାନ୍ତରେ ସ୍ପଷ୍ଟୀକରଣ; ଜାଣନ୍ତୁ କ’ଣ କହିଲେ ଟିକସ ବୋର୍ଡ

ଭୁବନେଶ୍ୱର: ଆୟ ଓ ଲାଭ ଉପରେ କୌଣସି ସର୍ଚ୍ଚାର୍ଜ କିମ୍ବା ସେସକୁ ବ୍ୟବସାୟିକ ବ୍ୟୟ ଆକାରରେ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ତରଫରୁ ସୂଚନା ମିଳିଛି । ବ୍ୟବସାୟିକ ଆୟର ହିସାବ ପାଇଁ ଆୟକର ଏକ ଅନୁମତି ଯୋଗ୍ୟ ଖର୍ଚ୍ଚ ନୁହେଁ ବୋଲି କୁହାଯାଇଛି । ଏଥିରେ ଟିକସ ସହ ସର୍ଚ୍ଚାର୍ଜ ମଧ୍ୟ ସାମିଲ ରହିଥାଏ । ନିର୍ଦ୍ଦିଷ୍ଟ ସରକାରୀ କଲ୍ୟାଣମୂଳକ ଯୋଜନା ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ଟିକସଦାତାଙ୍କ ଉପରେ ଅତିରିକ୍ତ ସର୍ଚ୍ଚାର୍ଜ ଆକାରରେ ‘ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ’କୁ ଲାଗୁ କରାଯାଇଛି । ତେବେ କେତେକ ଅଦାଲତ ‘ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ’କୁ ବ୍ୟବସାୟିକ ବ୍ୟୟ ଭାବରେ ଅନୁମତି ଦେଇଛନ୍ତି, ଯାହାକି ବୈଧାନିକ ଉଦ୍ଦେଶ୍ୟର ବିପରୀତ ।

ପୂର୍ବ ବର୍ଷର ଆୟ ପୁନଃହିସାବ କରିବା ପାଇଁ ଆବେଦନ କରିବା ନିମନ୍ତେ ଟିକସଦାତାଙ୍କ ଲାଗି ଆବଶ୍ୟକ ଫର୍ମ ବିଜ୍ଞପିତ କରାଯାଇଛି । ଅର୍ଥ ଆଇନ ୨୦୨୨ “ଟିକସ”ର ପରିଭାଷାକୁ ସ୍ପଷ୍ଟ କରିଛି । ଏଭଳି ଟିକସରେ କୌଣସି ସର୍ଚ୍ଚାର୍ଜ କିମ୍ବା ସେସ ସାମିଲ ରହିବ ବା ସାମିଲ ରହିଛି ବୋଲି ଧରାଯିବ । ତେଣୁ ଟିକସଯୋଗ୍ୟ ଆୟ ହିସାବ ସମୟରେ ଟିକସକାଟ ରୂପରେ ସର୍ଚ୍ଚାର୍ଜ ଏବଂ ସେସ କାଟିବାକୁ ଅନୁମତି ମିଳିବ ନାହିଁ । ଆୟକର ଆଇନ୧୯୬୧ର ଧାରା ୪୦(କ) ଅନୁସାରେ ଏହା ସୂଚାଇ ଦିଆଯାଇଛି ।

ଆୟକର ଆଇନ ୧୯୬୧ର ଧାରା ୧୫୫(୧୮) ଅନୁଯାୟୀ ସମ୍ପୃକ୍ତ ଫର୍ମକୁ ମଧ୍ୟ ଅଧିସୂଚିତ କରାଯାଇଛି । ଯେଉଁଥିରେ ଟିକସଦାତା ସର୍ଚ୍ଚାର୍ଜ କିମ୍ବା ସେସର ଦାବିର ଅନୁମତି ବିନା ବିଗତ ବର୍ଷର ମୋଟ ଆୟ ପୁନଃହିସାବ ନିମନ୍ତେ ଅନୁରୋଧ ଆବେଦନ କରିପାରିବେ । ଯାହା ଉପରେ ପୂର୍ବରୁ ଦାବି ଓ ଅନୁମତି ଦିଆଯାଇଛି ଓ ଟିକସ ପରିଶୋଧ କରାଯାଇସାରିଛି ।

Get real time updates directly on you device, subscribe now.