fbpx

Video: ବାଇକ୍ ର ସୌକିନ ହେଉଛନ୍ତି ଶାହିଦ୍ କପୁର, ଦର୍ଶକଙ୍କୁ ଦେଖାଇଲେ ଭଳିକି ଭଳି ହେଲମେଟ୍

ମୁମ୍ବାଇ: ସାଧାରଣତଃ ବଲିଉଡ଼ ହେଉ କି ହଲିଉଡ଼ ତାରକ, ସେମାନେ କାର ମେଣ୍ଟେନ କରିବାକୁ ପସନ୍ଦ କରିଥାନ୍ତି । ହେଲେ ବାଇକ ଚଲାଇବାର ମଜା କିଛି ଅଲଗା ରହିଥାଏ । ସେଥିପାଇଁ କଳାକାର ମାନେ କାର ମେଣ୍ଟନମ କରିବା ସହ ପାଖରେ କିଛି ବାଇକ ରଖିଥାନ୍ତି, ତାକୁ ଫାଙ୍କା ଦିନ ଗୁଡ଼ିକରେ ଚଲାଇଥାନ୍ତି । ସେମିତି ଏକ କଳାକାରଙ୍କ କଥା ଆଜି ଆମେ ବିଷୟବସ୍ତୁରେ ଚର୍ଚ୍ଚା କରିବାକୁ ଯାଉଛୁ । ସେ ହେଉଛନ୍ତି ବଲିଉଡର ଜଣେ ନାମିଦାମୀ କଳାକାର । ସେ ତାଙ୍କ ଅଭିନୟରେ ଲୋକମାନଙ୍କୁ ନିଜ ଦିୱାନା କରିଦିଅନ୍ତି । ଖାସକରି ଝିଅମାନେ କବିର ସିଂ ର ଦିୱାନୀ ଅଟନ୍ତି । ତେବେ ଆପଣମାନେ ଜାଣି ସାରିଥିବେ ସେହି ବ୍ୟକ୍ତି ଜଣକ କିଏ? ଆଜ୍ଞା ହଁ ଶାହିଦ କପୁର, ସେ ବାଇକର ଜଣେ ବଡ଼ ସୌକିନ ମଣିଷ ଟିଏ । ଯେତିକି ଗାଡ଼ି ନୁହେଁ ସେତିକି ସେ ଘରେ ହେମଲେଟ ରଖିଛନ୍ତି । ଯାହାକି ସେ ତାଙ୍କ ଦର୍ଶକ ମାନଙ୍କୁ ଇଷ୍ଟାଗ୍ରାମ ଜରିଆରେ ଦେଖାଇଛନ୍ତି ।

ଶୁକ୍ରବାର ଦିନ ‘ଜର୍ସି’ ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓରେ ବାଇକ୍ ହେଲମେଟର କଲେକସନ ଦେଖାଇଥିଲେ। ସେ ଏହି ହେଲମେଟଗୁଡ଼ିକୁ ମହିଳାମାନଙ୍କ ନାମରେ ଡାକିବା ଦେଖିବାକୁ ମିଳିଥିଲା ​​। ତାଙ୍କ ସଂଗ୍ରହ ତାଲିକାରେ ତାଙ୍କ ମନୋବଳ ଅନୁଯାୟୀ ଅନନ୍ୟ ଡିଜାଇନ୍ ଏବଂ ଶୈଳୀ ସହିତ ଅନେକ ହେଲମେଟ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ସମସ୍ତେ ଏକ ମହଙ୍ଗା ର୍ୟାକ୍ ଉପରେ ତାଙ୍କ ପଛରେ ସୁନ୍ଦର ଭାବରେ ରଖାଯାଇଥିଲା । ସାହିଦଙ୍କୁ ତାଙ୍କ ମଜାଳିଆ ରିଲରେ ଧଳା ହୁଡି ପିନ୍ଧିଥିବାର ନଜର ଆସିଥିଲେ। ସେଠାରେ ଥିବାବେଳେ ସେ ଏହି ଭିଡିଓର କ୍ୟାପସନରେ ଲେଖିଥିଲେ ଯେ ହେଲମେଟ୍ ହେଲମେଟ ।

 

 

View this post on Instagram

 

A post shared by Shahid Kapoor (@shahidkapoor)

Get real time updates directly on you device, subscribe now.