fbpx

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ଆପଣ ବି ପାଇପାରିବେ ୫ ହଜାର ଟଙ୍କାର ଫାଇଦା

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ପୁରସ୍କାର ବିତରଣ ଉତ୍ସବ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି । ରାସ୍ତାଘାଟରେ ବିକ୍ରି କରୁଥିବା ଦୋକାନୀଙ୍କର ଋଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନଙ୍କୁ ନୂଆବର୍ଷରେ ଋଣ ପ୍ରଦାନ କରାଯିବ । ଏହି ଲୋକମାନଙ୍କୁ ସହଜରେ ୫ ହଜାର ଟଙ୍କାର ଋଣ ଯୋଗାଇ ଦିଆଯିବ । ଡିଜିଟାଲ ଟେକ୍ନୋଲୋଜିର ସହାୟତାରେ ଗରିବ ଲୋକଙ୍କୁ ସୂକ୍ଷ୍ମ ଋଣ ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ଜୋର ଦେବେ ବୋଲି ଅଶ୍ୱିନୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଥିଲେ, ୨୦୨୩ ନୂଆବର୍ଷରେ ରାସ୍ତାଘାଟ, ଗଳିକନ୍ଦିର ବିକ୍ରେତାଙ୍କୁ ୩ ହଜାରରୁ ୫ ହଜାର ପର୍ଯ୍ୟନ୍ତ କ୍ଷୁଦ୍ର ଲୋନ୍ ଯୋଗାଇ ଦିଆଯିବ । ସେମାନଙ୍କର ଋଣ ଆବଶ୍ୟକତାକୁ ପୂରଣ ପାଇଁ ପ୍ରକ୍ରିୟାକୁ ସରଳୀକରଣ କରିବା ଉପରେ ଧ୍ୟାନ ଦିଆଯାଇଛି । ଦେଶରେ କୋଣ ଅନୁକୋଣରେ ୪ଜି ଓ ୫ଜି ଦୂରସଞ୍ଚାର ସେବା ପହଞ୍ଚାଇବା ସହିତ ପ୍ରତ୍ୟେକ ନାଗରିକଙ୍କୁ ଡିଜିଟାଲ କ୍ଷେତ୍ରରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୨ ହଜାର କୋଟି ଟଙ୍କା ଆବଣ୍ଟିତ କରିଛନ୍ତି ।

ଚଳିତ ବର୍ଷ ଦେଶରେ ସ୍ୱଦେଶୀ କୌଶଳରେ ବିକଶିତ ୪ଜି ଓ ୫ଜି ଟେକ୍ନୋଲୋଜି ଲାଗୁ ହେବ । ଏହା ମାଧ୍ୟମରେ ଟେକ୍ନୋଲୋଜି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପିମ୍ ମୋଦୀଙ୍କ ଭିଜନ ରହିଛି । ସେଥିପାଇଁ ଖୁବଶୀଘ୍ର ଦେଶରେ ଇଲେକ୍ଟ୍ରୋନିକ ଚିପ୍ ଉତ୍ପାଦନ କାରଖାନା ସ୍ଥାପନା କରାଯିବ । ସୂଚନାଯୋଗ୍ୟ ଯେ, ଗଳିକନ୍ଦିର ବିକ୍ରେତାଙ୍କୁ କ୍ଷୁଦ୍ର ଋଣ ଯୋଗାଇଦେବା ଲକ୍ଷ୍ୟ ନେଇ ଗତ ୨୦୨୦ ଜୁନ ମାସରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ସ୍ୱନିଧି) ଯୋଜନାର ଶୁଭାରମ୍ଭ କରାଯାଇଥିଲା । କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା କ୍ଷୟକ୍ଷତିର ଭରଣା କରି ଲୋକଙ୍କୁ ସଶକ୍ତି କରିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା ।

Get real time updates directly on you device, subscribe now.