fbpx

ଦିନକର ଶିଶୁ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ଦିନକର ଶିଶୁ ବି କରୋନା ଆକ୍ରାନ୍ତ । ଜନ୍ମହେବାର ଦିନକ ପରେ ଶିଶୁର ସ୍ଳାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ରିପୋର୍ଟ ପଜେଟିଭ ଆସିଛି । ପ୍ରକୃତ କଥା ହେଉଛି ଶିଶୁଟିର ବାପା ଓ ମା ଉଭୟ କରୋନା ସଂକ୍ରମିତ ଥିଲେ । ଶିଶୁଟିର ମା ପୂର୍ବରୁ ଗର୍ଭବତୀ ଥିଲେ । ଦୁଇ ଦିନ ତଳେ ସେ ଶିଶୁଟିକୁ ଜନ୍ମ ଦେଇଥିଲେ । ଜନ୍ମ ହେବାର ଦିନକ ପରେ ଶିଶୁର କରୋନା ପରୀକ୍ଷା କରାଯାଇଥିଲା ।ରାଜସ୍ଥାନର ନାଗପୁରର ଏକ ମେଡିକାଲରେ ଶିଶୁଟି ଜନ୍ମଲାଭ କରିଥିଲା । ଦିନକର ଶିଶୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସାରା ବିଶ୍ୱରେ ପ୍ରଥମ ।

Get real time updates directly on you device, subscribe now.