fbpx

ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା !

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୪୭ ଜଣ ମିଡିଆ କର୍ମୀଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଜଣେ ସମ୍ବାଦିକ ପଜେଟିଭ ଥିବା ସୂଚନା ମିଳିଛି । ତୁରନ୍ତ ତାଙ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏହି ଖବର ଆସିବା ମାତ୍ରେ ଜୀବନକୁ ବାଜି ଲଗାଇ କଠିନ ସମୟରେ ସାମ୍ବାଦିକତା କରୁଥିବା ସାମ୍ବାଦିକଙ୍କ ମଧ୍ୟରେ ଏବେ ଭୟର ବାତାବରଣ । ଗତ କାଲି ମୁମ୍ବାଇର ୫୩ ଜଣ ସାମ୍ବାଦିକ କରୋନା ଆ୍ରକାନ୍ତ ଥିବା ସ୍ପଷ୍ଟ ହୋଇଥିଲା । ୟୁନିଟ-୧ ସରକାରୀ ବିଦ୍ୟାଳୟ ପରିସରରେ ବି.ଏମ.ସି ପକ୍ଷରୁ ସାମ୍ବାଦିକ ମାନଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ରିପୋର୍ଟ ଆସିଥିବା ସୂଚନା ମିଳିଛି ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.