fbpx

୨୦୨୩ ହକି ବିଶ୍ୱ କପ୍ କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଚଳିତ ଥର ପୁରୁଷ ହକି ବିଶ୍ୱ କପ୍ ଓଡିଶାରେ ହେବାକୁ ଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ଅନେକ ସହର । ତେବେ ହକି ବିଶ୍ୱ କପ୍ ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି । ଏଥିସହିତ ହକି ବିଶ୍ୱ କପ୍ ପୂର୍ବରୁ ସମସ୍ତ ବ୍ୟବସ୍ତାକୁ ମଧ୍ୟ କଡାକଡି କରାଯାଉଛି । ଏହାରି ମଧ୍ୟରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିଛନ୍ତି । ଯେଉଁଥିରେ ସ୍ୱାସ୍ଥ୍ୟ ସଚିବ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାପାଳ ସାମିଲ ଅଛନ୍ତି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨ଟି ଯାକ ଷ୍ଟାଡିୟମରେ ଫାଷ୍ଟ ଏଡ ସେଣ୍ଟର କରାଯିବା ସହ ଜରୁରୀକାଳିନ ଆମ୍ବୁଲାନର୍ସ ବ୍ୟହସ୍ଥା ମଧ୍ୟ ରହିଛି । ଏଥିସହିତ ଷ୍ଟାଡିୟମ ନିକଟରେ ମୋବାଇଲ ୟୁନିଟ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ହକି ଖେଳାଯିବାକୁ ଥିବା ୨ ଟି ସହରର ସମସ୍ତ ମେଡିକାଲକୁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ସବୁ ପିଏଚସି ଏବଂ ସିଏଚସିରେ କୋଭିଡ ଟେଷ୍ଟିଂ ବ୍ୟବସ୍ଥା,ଝାରସୁଗୁଡା ବିମାନ ବନ୍ଦରରେ ମେଡିକାଲ ୟୁନିଟ୍ ବ୍ୟବସ୍ଥା ଏବଂ ପିଏଚସି ଓ ସିଏଚସିରେ ଔଷଧ ମହଜୁତ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.