fbpx

NPCIL ପକ୍ଷରୁ ବାହାରିଲା ୨୯୫ଟି ପଦବୀ, ଆଜିଠାରୁ ଆରମ୍ଭ ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନପିସିଆଏଲ) ପକ୍ଷରୁ ୨୯୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟାଇସ୍ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଜାନୁଆରୀ ମାସ ୨୫ ତାରିଖ ସୁଦ୍ଧା ୧୪ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ରେଜିଷ୍ଟ୍ରେସନ ଲିଙ୍କ: https://www.npcilcareers.co.in/TAPSTA20220125/candidate/Default.aspx

ଲଗ୍ ଇନ୍ ଲିଙ୍କ: https://www.apprenticeshipindia.gov.in/login

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-NPCIL-Trade-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.npcil.nic.in/index.aspx

Get real time updates directly on you device, subscribe now.