fbpx

ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଦେଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ, ୨୧ା୪: ରିପବ୍ଲିକ ଟିଭିର ସମ୍ପାଦକ ତଥା ବିଶିଷ୍ଟ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ଘୋଷଣା କରିଥିବା ଲାଇଭ ଟିଭିର ଭିଡ଼ିଓ କ୍ଲିପ୍ ଟ୍ୱିଟରରେ ଭାଇରାଲ ହେଉଛି । ଗତ ତିନିଦିନ ହେବ ହ୍ୟାସଟ୍ୟାଗ ଅର୍ଣ୍ଣବ ଗୋସ୍ୱାମୀ ଟ୍ରେଣ୍ଡରେ ମଧ୍ୟ ରହିଛି । ସେ ତାଙ୍କ ଇସ୍ତଫା ନେଇ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆକୁ ଦାୟୀ କରିଛନ୍ତି ।
ଏହାସହ ସେ ଭିଡ଼ିଓରେ କହିଛନ୍ତି ଯେ ଦୀର୍ଘଦିନ ଧରି ଭାରତର ଏଡ଼ିଟର୍ସ ଗିଲ୍ଡର ସଦସ୍ୟ ରହିଛନ୍ତି । ଗତକାଲି ରାତିରେ ସେ ଟ୍ୱିଟ କରି ଏହି ଇସ୍ତଫା ଖବର ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ଭିଡ଼ିଓ ଲାଇଭ ଟିଭିରେ ପୋଷ୍ଟ କରିଛନ୍ତି । ଯେହେତୁ ମିଥ୍ୟା ଖବର ପ୍ରସାରଣ ଉପରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.