fbpx

ଅତ୍ୟଧିକ ଥଣ୍ଡା କାରଣରୁ ହେଉଛି ହାର୍ଟ ଆଟାକ ଏବଂ ବ୍ରେନ ଷ୍ଟ୍ରୋକ , ଦିଲ୍ଲୀରେ ୧୫ ପ୍ରତିଶତ ମାମଲା ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତର ଭାରତରେ କିଛିଦିନ ହେବ ସବୁଠାରୁ ଅଧିକ ଥଣ୍ଡା ପଡୁଛି । ଖାସକରି ଶୀତଦିନର ସକାଳ ଦେହ ପାଇଁ ଲାଭ ହେବା ପରିବର୍ତ୍ତେ ଖରାପ ହେବାରେ ଲାଗିଛି । ଏଏନଆଇ ରିପୋର୍ଟ ଅନୁସାରେ, ଦିଲ୍ଲୀର ସକାଳ ସମୟରେ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ କେବଳ ହାର୍ଟ ଏବଂ ବ୍ରେନ ଷ୍ଟ୍ରୋକ୍ ପେସେଣ୍ଟ ଦେଖିବାକୁ ମିଳୁଛି । ଏଲପିଏନଜେପି ହସ୍ପିଟାଲର ଡ଼ାକ୍ତର ସୁରେଶ କୁମାର କହିଛନ୍ତି ଯେ, ଏହି କଡ଼ା ଶୀତର ୧୨ଦିନ ହେବ ହସ୍ପିଟାଲରେ ସକାଳୁ ସକାଳୁ ବ୍ରେନ ଷ୍ଟ୍ରୋକ, ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ରୋଗୀ ବଢିବାରେ ଲାଗିଛନ୍ତି ।

ଡ଼ାକ୍ତରଙ୍କ କହିବା ମୁତାବକ, ଦିଲ୍ଲୀ ଏନସିଆର କ୍ଷେତ୍ରରେ ଥିବା ହସ୍ପିଟାଲରେ ଏପରି ରୋଗୀଙ୍କ ସଂଖ୍ୟା ୧୦ ରୁ ୧୫ ପ୍ରତିଶତ ବୃଦ୍ଧି ଘଟିବାରେ ଲାଗିଛି । ଏହି ରୋଗରେ ପ୍ରଭାବିତ ରୋଗୀଙ୍କ ବୟସ ପ୍ରାୟତଃ ୫୦ ରୁ ୭୦ ବର୍ଷ ଦେଖିବାକୁ ମିଳୁଛି । ତେଣୁ ଏହି ଥଣ୍ଡାରେ ଲୋକ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼ିବ । ଲୋକମାନଙ୍କୁ ବେଳେବେଳେ ଏହି ଶୀତରେ ନିଜ ରକ୍ତଚାପ ଚେକ୍ କରିବାକୁ ପଡ଼ିବ । ଖାସକରି ଶୀତଦିନ ସକାଳେ ଗରମ ପୋଷାକ ଘୋଡ଼ାଇ ହୋଇ ସବୁ କାମ କରିବା ଆବଶ୍ୟକ । ସେହିପରି ହସ୍ପିଟାଲରେ ବ୍ରେନ ଷ୍ଟ୍ରୋକ ମାମଲା ୯ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ଅତ୍ୟାଧୁନିକ ଲାଇଫଷ୍ଟାଇଲ କାରଣରୁ ଲୋକମାନଙ୍କୁ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ଏପରି ରୋଗୀମାନେ ସର୍ବଦା ନିଜ ଦେହର ଜାଂଚ କରାନ୍ତୁ ବୋଲି ଡ଼ାକ୍ତର ସୁରେଶ କୁମାର କହିଛନ୍ତି । କିନ୍ତୁ ଷ୍ଟ୍ରୋକ୍ ଅଚାନକ ଆସିଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.