fbpx

Video: କ୍ୟାନ୍ସର ରୋଗୀଙ୍କୁ ଲଣ୍ଡା କରୁଥିଲେ, ଭାବପ୍ରବଣ ହୋଇ ଏପରି କଲେ…

ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ମନ ଅତ୍ୟନ୍ତ କୋମଳ ହୋଇଥାଏ । ସେମାନେ ଛୋଟଛୋଟ କଥାରେ ଇମୋସନାଲ ହୋଇଯାଆନ୍ତି । ସେହିପରି କଠୋର ହୃଦୟ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ମନରେ ଅନେକ ଦୁଃଖ ଥାଇ ମଧ୍ୟ ବାହାରେ ହସଥାନ୍ତି । ତେବେ ଯଦି କୌଣସି ବ୍ୟକ୍ତିଙ୍କ ପାଖେ ମଣିଷତ୍ୱ ଥାଏ ତେବେ ସେ ତୁରନ୍ତ ଗୋଟେ ଜିନିଷକୁ ଦେଖି ନିଜକୁ ଅଟକାଇ ପାରିବ ନାହିଁ । ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ବହୁତ ଅଛି ହେଲେ ଆଜି ଏପରି ଭିଡ଼ିଓ ଆପଣଙ୍କୁ ଦେଖାଇବୁ ଯାହାକୁ ଦେଖି ଆପଣ କାନ୍ଦି ରହିପାରିବେନି । ଯେଉଁଥିରେ ଏକ କ୍ୟାନ୍ସର ରୋଗୀ ଲଣ୍ଡା ହେବାକୁ ସେଲୁନ ଯାଇଛନ୍ତି ଏବଂ ସେଠାରେ ଲଣ୍ଡା କରୁଥିବା ବ୍ୟକ୍ତି ଜଣକ ଇମୋସନଲ ହୋଇ ନିଜକୁ ଅଟକାଇ ପାରୁନାହିଁ ।

ଏହି ଭିଡ଼ିଓରେ ଆପଣ ଦେଖୁଥିବେ ଯେ, ଜଣେ ମହିଳା ନିଜ ମୁଣ୍ଡ ଲଣ୍ଡା କରିବା ପାଇଁ ଏକ ସେଲୁନକୁ ଯାଇ ସିଟରେ ବସିଛନ୍ତି । ଯେତେବେଳେ ହେୟାର ଷ୍ଟାଇଲିସ ଜଣକ କେଶ ଲଣ୍ଡା କରୁଛନ୍ତି, ସେତେବେଳେ ମହିଳା ଜଣକ ଭୋଭୋ କରି କାନ୍ଦୁଛନ୍ତି । ତାଙ୍କୁ ବହୁବାର ବୁଝାଇବାକୁ ଚେଷ୍ଟା କରାଯିବା ସତ୍ତେ୍ୱ ମହିଳା ଜଣକ ଲୁହ ଅଟକୁ ନାହିଁ । ଏହାକୁ ଦେଖି ବାର୍ବର ଜଣକ ଇମୋସନାଲ ହୋଇ ନିଜକୁ ଅଟକାଇ ପାରିଲେ ନାହିଁ । ସେ ସେହି କ୍ୟାନ୍ସର ରୋଗୀ ମହିଳାଙ୍କୁ ଜୋରରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ ।

ଏହି ଭିଡ଼ିଓ ଦେଖି ଦର୍ଶକ ମାନେ ଏହି ହେୟାର ଷ୍ଟାଇଲିସଙ୍କୁ ଅନେକ ପ୍ରଶଂସା କରିଛନ୍ତି । ବାର୍ବର ମହିଳାଙ୍କ ପଛକୁ ଯାଇ ନିଜ ମୁଣ୍ଡର ସମସ୍ତ ଚୁଟିକୁ ଟ୍ରିମର ସାହାଯ୍ୟରେ ଲଣ୍ଡା କରିବାକୁ ଆରମ୍ଭ କରୁଛନ୍ତି । ଏହାକୁ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ସେ ମହିଳାଙ୍କ କାନ୍ଧରେ ଗୋଟେ ହାତ ରଖି ଅନ୍ୟ ହାତରେ ନିଜର ସମସ୍ତ ଚୁଟିକୁ ଲଣ୍ଡା କରିଦେଲେ । ମହିଳା ଜଣକ ଏହାକୁ ଦେଖି ବାର୍ବରଙ୍କ ହାତ ଧରି କାନ୍ଦିବାକୁ ଲାଗିଲେ ।

ଏହି ଭିଡ଼ିଓକୁ ଟ୍ୱିଟରରେ ଗୁଡ୍ ନ୍ୟୁଜ ମୁଭମେଣ୍ଟ ଦ୍ୱାରା ସେୟାର କରାଯାଇଛି । ୧ମିନିଟ ୨୧ ସେକେଣ୍ଡର ଏହି ଭିଡ଼ିଓକୁ ୯୦ ଲକ୍ଷ ଲୋକ ଦେଖିସାରିଲେଣି । ତେବେ ଭିଡ଼ିଓ କ୍ୟାପସନରେ ଲେଖାଯାଇଛି ଯେ, ‘କେହି ଏକା ଲଢନ୍ତି ନାହିଁ! ସେ କ୍ୟାନ୍ସର ପେସେଣ୍ଟଙ୍କ ସହ ଯୋଗଦେଇ ନିଜ ମୁଣ୍ଡକୁ ମଧ୍ୟ ଲଣ୍ଡା କରିଦେଲେ’ ।

Get real time updates directly on you device, subscribe now.