fbpx

Video: ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ତ୍ରୁଟି, ଭାରତ ଯୋଡ ଯାତ୍ରାରେ ହଠାତ କୁଣ୍ଡାଇ ପକାଇଲେ ଜଣେ ବ୍ୟକ୍ତି

ପଞ୍ଜାବ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାର ତ୍ରୁଟି କଥା ସାମ୍ନାକୁ ଆସିଛି । ପଞ୍ଜାବର ହସିୟାପୁର ଟାଡାରେ ଚାଲିଥିବା ଭାରତ ଯୋଡ ଯାତ୍ରା ସମୟରେ ହଠାତ ଜଣେ ବ୍ୟକ୍ତି ଭିଡ ଭିତରେ ପସି ରାହୁଲ ଗାନ୍ଧୀଙ୍କୁ କୁଣ୍ଡାଇ ପକାଇଲେ । ହେଲେ ସଂଗେ ସଂଗେ ସୁରକ୍ଷାକର୍ମୀ ଏବଂ ସାଥିରେ ଚାଲୁଥିବା କଂଗ୍ରେସ ନେତାମାନେ ତୁରନ୍ତ ସେହି ବ୍ୟକ୍ତିଙ୍କୁ ରାହୁଲ ଗାନ୍ଧୀଙ୍କ ପାଖରୁ ଅଲଗା କରିଦେଲେ ।

ସୂଚନା ଅନୁସାରେ, ବର୍ତ୍ତମାନ ଭାରତ ଯୋଡ ଯାତ୍ରା ପଞ୍ଜାବର ହୋସିୟାପୁରର ଟାଡା ଅଂଚଳରେ ଚାଲୁରହିଛି । ଯାତ୍ରା ଚାଲୁଥିବା ସମୟରେ ହଠାତ ଜଣେ ବ୍ୟକ୍ତି ଦୌଡି ଆସି ରାହୁଲଗାନ୍ଧୀଙ୍କୁ କୁଣ୍ଡାଇ ପକାଇଲା । ଏହାକୁ ଦେଖି ସାଙ୍ଗରେ ଯାଉଥିବା ପଞ୍ଜାବର ପ୍ରଧାନ ଅମରିନ୍ଦ୍ର ରାଜା ୱାଡିଂଗଙ୍କ ସହାୟତାରେ ରାହୁଲ ଗାନ୍ଧୀ ଧକ୍କା ଦେଇ ସେହି ବ୍ୟକ୍ତିଙ୍କୁ ନିଜ ପାଖରୁ ଦୂର କରିଥିଲେ । ଏହାପରେ ସୁରକ୍ଷାକର୍ମୀ ବ୍ୟକ୍ତିଙ୍କୁ ଧରିନେଇ ଏକ କଡ଼କୁ ଚାଲିଗଲେ ।

କହିବାକୁ ଗଲେ ସୁରକ୍ଷା ଏଜେନ୍ସି ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଅଲର୍ଟ ଜାରି କରିଛନ୍ତି ଏବଂ ଭାରତ ଯୋଡ଼ ଯାତ୍ରାରେ କିଛିକିଛି ଯାଗାରେ ନ ଚାଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ସୁତ୍ର ଅନୁସାରେ ରାହୁଲ ଗାନ୍ଧୀଙ୍କୁ ଜାମ୍ମୁ-କାଶ୍ମୀରର କିଛି ଜାଗାରେ ନ ଚାଲିବା ପାଇଁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଏଜେନ୍ସି ରାହୁଲ ଗାନ୍ଧୀଙ୍କୁ ପାଦରେ ନୁହେଁ ବଂର କାରରେ ଯିବା ପାଇଁ କହିଛନ୍ତି ।

ରାହୁଲ ଗାନ୍ଧୀ ୭ ସେଫ୍ଟେମ୍ବର ୨୦୨୨ ରେ ତାମିଲନାଡୁର କନ୍ୟାକୁମାରୀ ଠାରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲେ । ସେ ତାଙ୍କର ଶେଷ ଯାତ୍ରା ଜାମ୍ମୁ-କାଶ୍ମୀରରେ ହିଁ ଶେଷ କରିବେ ବୋଲି କୁହାଯାଇଛି । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୧୫୦ ଦିନରେ ୩୭୫୦ କିମି କଭର କରିବେ । ଏହି ଯାତ୍ରା ୧୨ଟି ରାଜ୍ୟ ଏବଂ ୨କେନ୍ଦ୍ର ଶାସିତ ପ୍ରଦେଶରେ କରିବେ ବୋଲି ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.