ଭାରତରେ କ୍ୟାନ୍ସର ଭଳି ଗମ୍ଭୀର ରୋଗର ଆସିବ ‘ସୁନାମୀ’: ସାମ୍ନାକୁ ଆସିଲା ବିଶେଷଜ୍ଞଙ୍କ ସାଙ୍ଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଜଣେ ଜଣାଶୁଣା କ୍ୟାନ୍ସର ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି, ଜଗତୀକରଣ, ବଢୁଥିବା ଅର୍ଥବ୍ୟବସ୍ଥା, ଜନସଂଖ୍ୟା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଭାରତକୁ କ୍ୟାନ୍ସର ଭଳି ଗୁରୁତର ରୋଗର ସାମ୍ନା କରିବାକୁ ପଡ଼ିବ । ଏହାର ଫଳପ୍ରଦ ମୁକାବିଲା ପାଇଁ ସେ ଟେକ୍ନୋଲୋଜି ଭିତ୍ତିକ ଚିକିତ୍ସା ଟେକନିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଆମେରିକାର ଡାକ୍ତର ଜେମ୍ ଅବ୍ରାହମ କହିଛନ୍ତି ଯେ, କ୍ୟାନ୍ସରକୁ ରୋକିବା ଓ ଚିକିତ୍ସା କରିବା ପାଇଁ ଟିକା, କୃତ୍ରିମ ବୁଦ୍ଧିମତା(ଏଆଇ) ଓ ଡାଟା ଡିଜିଟାଲ ଟେକନିକର ବିସ୍ତାର ଓ ‘ଲିକ୍ୱିଡ ବାୟୋପସି’ର ଧାରା ସାମିଲ ଅଛି, ଯାହା କି ଏହି ଶତାବ୍ଦୀରେ କ୍ୟାନ୍ସର ଚିକିତ୍ସାକୁ ନୂଆ ରୂପ ଦେବ । ‘ମନୋରମା ଇୟର ପୁସ୍ତକ ୨୦୨୩’ ର ଏକ ଆର୍ଟିକିଲରେ ଅବ୍ରହାମ କହିଛନ୍ତି ଯେ, ଅନ୍ୟ ତିନୋଟି ଧାରା ହେଉଛି ‘ଜେନୋମିକ୍ ପ୍ରୋଫାଇଲ୍’, ଜିନ୍ ଏଡିଟିଂ ଟେକ୍ନୋଲୋଜିର ବିକାଶ ଏବଂ ପରବର୍ତ୍ତୀ ପିଢ଼଼ିର ‘ଇମ୍ୟୁନୋଥେରାପି’ ଏବଂ ‘ସିଏଆର ଟି ସେଲ୍ ଥେରାପି’ର ବ୍ୟବହାର କରିବା ।

ସେ କହିଛନ୍ତି, “ଡିଜିଟାଲ୍ ଟେକ୍ନୋଲୋଜି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିହେଲଥରୁ ରୋଗୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ । ଏହା ସମ୍ଭବତଃ ଆମ ଦେଶର ଦୁର୍ଗମ ଅଞ୍ଚଳରେ ବିଶେଷଙ୍କର ଦେଖାଶୁଣାର ଉପଲବ୍ଧତା ବୃଦ୍ଧି କରିବ, ଯେଉଁଥିରେ ଗ୍ରାମୀଣ କ୍ଷେତ୍ର ମଧ୍ୟ ସାମିଲ ରହିଛି ବା ଯେଉଁଠାରେ ଆମର ଅଧିକାଂଶ ଜନସଂଖ୍ୟା ବାସ କରନ୍ତି । କ୍ୟାନ୍ସରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି, ଜଗତୀକରଣ, ବଢ଼ୁଥିବା ଅର୍ଥନୀତି, ଜନସଂଖ୍ୟା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଭାରତ କର୍କଟ ଭଳି ଗୁରୁତର ରୋଗର ସୁନାମିର ସମ୍ମୁଖୀନ ହେବ ।

ଆନ୍ତର୍ଜାତୀୟ ଏଜେନ୍ସିଗୁଡିକର ଆକଳନ ଅନୁଯାୟୀ, ଜନସଂଖ୍ୟା ପରିବର୍ତ୍ତନ ହେତୁ ୨୦୪୦ ମସିହାରେ ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ୨୮.୪ ନିୟୁତ ହେବ ବୋଲି ଆଶା କରାଯାଉଛି, ଯାହା ୨୦୨୦ ତୁଳନାରେ ୪୭ ପ୍ରତିଶତ ଅଧିକ ହେବ । ଜଗତୀକରଣ ଏବଂ ବଢ଼ୁଥିବା ଅର୍ଥନୀତି ସହିତ ଜଡିତ ବିପଦ କାରକରେ ବୃଦ୍ଧି ସହିତ ଏହି ସଂଖ୍ୟା ବୃଦ୍ଧି ପାଇପାରେ । ୨୦୨୦ ମସିହାରେ ସାରା ବିଶ୍ୱରେ ୧.୯୩ କୋଟି ନୂଆ କ୍ୟାନ୍ସର ରୋଗ ହୋଇଥିଲା ଏବଂ କ୍ୟାନ୍ସର ରୋଗ ହେତୁ ପ୍ରାୟ ଏକ କୋଟି ଲୋକ ମୃତ୍ୟୁ ବରଣ କରିଥିଲେ ।