fbpx
BJD SKY
BJD SKY

ମଇଁଷି କରୁଛି ମାଲିକକୁ କୋଟିପତି, ପ୍ରତି ମାସରେ କରୁଛନ୍ତି ୨୫ ଲକ୍ଷ ରୋଜଗାର

BJD

ନୂଆଦିଲ୍ଲୀ:ଥାଇଲାଣ୍ଡରେ ଏକ ମଇଁଷି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଇଁଷି ପ୍ରତ୍ୟେକ ମାସରେ ଏହାର ମାଲିକଙ୍କ ବିପୁଳ ଆୟର କାରଣ ପାଲଟିଛି। ବାସ୍ତବରେ ଏହାର ମାଲିକ ଏହି ମଇଁଷିର ସ୍ପର୍ମ ବିକ୍ରୟ କରି ପ୍ରତି ମାସରେ ୨୫ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହି ମଇଁଷିର ବୀଜ ଏହି ଭଳି ପ୍ରଜାତିର ଉନ୍ନତି ପାଇଁ ବ୍ୟବହୃତ ହୁଏ । ଯାହାଦ୍ୱାରା ଆସୁଥିବା ପ୍ରଜାତିର ଶକ୍ତିଶାଳୀ ହେଇଥାନ୍ତି । ବହୁ ପରିମାଣରେ ଟଙ୍କା ରୋଜଗାର କରୁଥିବା ମୋଙ୍ଗକୋଲ ମୋଙ୍ଗଫେଟ ତାଙ୍କ ମଇଁଷିକୁ ‘ବିଗ ବିଲିୟନ’ ବୋଲି ଡାକନ୍ତି। ସେ ଏହାକୁ ପ୍ରତିଯୋଗିତାରେ ନେଇଥାନ୍ତି । ‘ବିଗ୍ ବିଲିୟନ’ ମଧ୍ୟ ଅନେକ ପ୍ରତିଯୋଗିତାରେ ଜିତିଛି । ସୂଚନାମୁତାବକ ମୋଙ୍ଗକୋଲଙ୍କର ଏପରି ୨୦ ଟି ମଇଁଷି ଅଛି।ଲୋକମାନେ ‘ବିଗ୍ ବିଲିୟନ’ କିଣିବାକୁ ଲମ୍ବା ଧାଡ଼ି ମଧ୍ୟ ବାନ୍ଧନ୍ତି ।

କଲାସିନ୍ ସହରର ବାସିନ୍ଦା ମୋଙ୍ଗକୋଲ କହିଛନ୍ତି ଯେ ତାଙ୍କର ‘ବିଗ୍ ବିଲିୟନ୍’ କିଣିବାକୁ ଇଚ୍ଛୁକ ଲୋକଙ୍କର ଏକ ଲମ୍ବା ଧାଡ଼ି ଅଛି । ସେ କହିଛନ୍ତି ଯେ ଜଣେ କୃଷକ ଏହି ମଇଁଷିଙ୍କୁ କିଣିବା ପାଇଁ ସାଢ଼େ ସାତ କୋଟି ଟଙ୍କା ଯାଚି ଥିଲେ କିନ୍ତୁ ସେ ତାଙ୍କୁ ବିକିଲେ ନାହିଁ । ମୋଙ୍ଗକୋଲ ଏହି ବୁଫାଲକୁ ୧୨ ଲକ୍ଷ ଟଙ୍କାରେ କିଣିଥିଲେ । ଅବଶ୍ୟ, ଆଜି ସେ ଏହି ମଇଁଷି ଯୋଗୁଁ ଏହା ଦ୍ବି ଗୁଣରୁ ଅଧିକ ରୋଜଗାର କରିବାରେ ସକ୍ଷମ ଅଟନ୍ତି ।

ଭାରତରେ ମଧ୍ୟ ସମାନ ମଇଁଷି ଅଛି:
ଉଲ୍ଲେଖଥାଉ କି, ଏଭଳି ମୂଲ୍ୟବାନ ମଇଁଷି ଭାରତରେ ମଧ୍ୟ ଅଛି। ଏହି ମଇଁଷିର ନାମ ଭୀମା ଏବଂ ଏହା ମୁରା ପ୍ରଜାତିର ଅଟେ । କୁହାଯାଏ ଯେ ଯୋଧପୁରର ଏକ ଗୋରୁ ମେଳାରେ ଜଣେ ବିଦେଶୀ ଏହାର ମୂଲ୍ୟ ୨୪ କୋଟି ଟଙ୍କା ରଖିଥିଲେ। ଯଦିଓ ମାଲିକ ଏହାକୁ ବିକ୍ରୟ କରିବାକୁ ମନା କରିଦେଇଥିଲେ ।

Get real time updates directly on you device, subscribe now.