fbpx

ଆସିଲା ୬୧, ୬୨, ୬୩, ୬୪,୬୫,୬୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟର ୬୧,୬୨,୬୩,୬୪,୬୫,୬୬ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର ।

୬୧ନମ୍ବର ଆକ୍ରାନ୍ତ ଜଣକ ୫୮ବର୍ଷିୟ ବ୍ୟକ୍ତି । ସେ ବାଲେଶ୍ୱରର ନେଳିଆବାଗ ଅଞ୍ଚଳର ।  ୧୩ମାର୍ଚ୍ଚରେ ଭଡ଼ାଗାଡ଼ିରେ ଝାଡ଼ଖଣ୍ଡ ଯାଇ ସେହିଦିନ ଫେରିଥିଲେ ।  ୭ଏପ୍ରିଲ ଦିନ ସ୍କୁଟିରେ ଘରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଲେଶ୍ୱରକୁ ଯାଇଥିଲେ ।  ୧୩ଏପ୍ରିଲ ଦିନ ଭଡ଼ାଗାଡ଼ିରେ ଭୁବନେଶ୍ୱର ଆପୋଲା ହସ୍ପିଟାଲ ଆସିଥିଲେ ।  ୧୪ଏପ୍ରିଲ ଦିନ ଆପୋଲରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ।  ୧୪ଏପ୍ରିଲ ଦିନ ମଧ୍ୟ ଭଡ଼ା ଗାଡ଼ିରେ ଭୁବନେଶ୍ୱର ସ୍ଥିତ କିମ୍ସ ଯାଇଥିଲେ ।  ୧୪ରୁ ୧୬ ଏପ୍ରିଲ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ୧୬ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।  ୧୮ତାରିଖ ଦିନ  ନମୁନା ପରୀକ୍ଷା ହେବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।  ୧୮ଏପ୍ରିଲ କିମ୍ସ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ସେହିପରି ୬୧ନମ୍ବର ଆକ୍ରାନ୍ତ ଜଣକ ୫୭ବର୍ଷୀୟ ବ୍ୟକ୍ତି । ସେ ଭଦ୍ରକ ବାସୁଦେବପୁର ମଲକସାହି ଅଞ୍ଚଳର ।  ସେ ୨୮ମାର୍ଚ୍ଚରେ କୋଲକାତାରୁ ବାସୁଦେବପୁରରୁ ଫେରିଥିଲେ ।  କୋଲକାତାରୁ ୩ଜଣ ଯାତ୍ରୀଙ୍କ ସହ ବାସୁଦେବପୁରକୁ ଫେରିଥିଲେ ।  ୨୮ମାର୍ଚ୍ଚରୁ ୧୪ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ ।  ୧୫ରୁ ୧୯ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ ।  ୧୯ତାରିଖ ଦିନ ନମୁନା ପରୀକ୍ଷଣ କରେ ରିପୋର୍ଟ ପଜିଟିଭ୍ ଆସିଥିଲା ।  ୨୦ତାରିଖ ଦିନ କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

୬୩ନମ୍ବର ଆକ୍ରାନ୍ତ ଜଣକ ୫୮ବର୍ଷିୟ ବ୍ୟକ୍ତି କୋଲକାତାରୁ ଭଦ୍ରକରୁ ଆସିଥିଲେ । ୯ଏପ୍ରିଲରେ ଟ୍ରକ୍ ଜରିଆରେ କୋଲକାତାରୁ ବାସୁଦେବପୁରକୁୁ ଯାତ୍ରା କରିଥିଲେ ।  ୯ରୁ ୧୪ଏପ୍ରିଲ ସଙ୍ଗରୋଧରେ ରହିଥିଲେ ।  ୧୫ରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ୧୯ଏପ୍ରିଲରେ ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।  ୨୦ରେ କଟକ ଅଶ୍ୱିନୀ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

 

Get real time updates directly on you device, subscribe now.