fbpx

ଟ୍ରେନରେ ବଦଳି ଗଲା ଏହି ନିୟମ, ଚେକ କରନ୍ତୁ ନୂଆ ଗାଇଡଲାଇନ!

ନୂଆଦିଲ୍ଲୀ: ରେଲୱେ ନିୟମରେ ଯାତ୍ରୀ ମାନଙ୍କୁ ନେଇ କିଛି ନା କିଛି ନୂଆ ନିୟମ ଜାରି କରାଯାଉଛି । ତେବେ ବର୍ତ୍ତମାନ ଟ୍ରେନ ଗାଇଡ଼ ଲାଇନରେ ଏକ ନୂତନ ନିୟମ ଜାରି କରାଯାଇଛି। ତେଣୁ ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, କୌଣସି ଭୁଲ କରନ୍ତୁ ନାହିଁ । ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ବଡ ଅସୁବିଧାରେ ପକାଇପାରେ। ବାସ୍ତବରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ଜିନିଷ ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏହାକୁ ଜାଣିବା ନିହାତି ଆବଶ୍ୟକ।

ରେଳବାଇର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଆପଣଙ୍କ ସିଟ୍, କମ୍ପାର୍ଟମେଣ୍ଟ କିମ୍ବା କୋଚରେ କୌଣସି ଯାତ୍ରୀ ମୋବାଇଲରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିପାରିବେ ନାହିଁ କିମ୍ବା ଉଚ୍ଚ ସ୍ୱରରେ ଗୀତ ଶୁଣିବେ ନାହିଁ । ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି ଯାହା ଦ୍ୱାରା ଯାତ୍ରୀଙ୍କ ନିଦରେ ଅସୁବିଧା ହେବନାହିଁ ଏବଂ ଯାତ୍ରା ସମୟରେ ସେମାନେ ଶାନ୍ତିରେ ଶୋଇ ପାରିବେ।

ଖବର ଅନୁଯାୟୀ, ଅନେକ ଯାତ୍ରୀ ଅଭିଯୋଗ କରନ୍ତି ଯେ, ନିଜ କୋଚରେ ଏକାଠି ଯାତ୍ରା କରୁଥିବା ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ ଉଚ୍ଚ ସ୍ୱରରେ କଥା ହୁଅନ୍ତି କିମ୍ବା ଗୀତ ଶୁଣନ୍ତି। କିଛି ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ରେଳ ରକ୍ଷଣାବେକ୍ଷଣ କର୍ମଚାରୀମାନେ ମଧ୍ୟ ଜୋରରେ କଥାବାର୍ତ୍ତା କରୁଛନ୍ତି । ଏହା ବ୍ୟତୀତ ଅନେକ ଯାତ୍ରୀ ରାତି ୧୦ ଟା ପରେ ମଧ୍ୟ ଲାଇଟ ଲଗାଇ ରଖନ୍ତି, ଯାହା ଅନ୍ୟମାନଙ୍କ ନିଦକୁ ବ୍ୟାହତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ନୂତନ ନିୟମ ଜାରି କରିଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଯାତ୍ରୀ ନିୟମ ପାଳନ ନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.