fbpx
BJD
BJD SKY
BJD SKY

ମାନସିକ ସ୍ୱାସ୍ଥ୍ୟ ଖରାପ କରିପାରେ ଏହିସବୁ ଅଭ୍ୟାସ; ଆଜିଠାରୁ ହିଁ ହୋଇଯାଆନ୍ତୁ ସତର୍କ

ଆଜିକାଲିର କାଲିର ଜୀବନଶୈଳୀ ଏବଂ ଖରାପ ଖାଦ୍ୟାଭାଷ କାରଣରୁ ଅନେକ ଲେକ୍ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକି ପରବର୍ତ୍ତି ମୁହୂର୍ତ୍ତରେ ସେମାନଙ୍କୁ ବିପଦରେ ପକାଉଛି । ତେବେ ଏହିସବୁ ସମସ୍ୟା ମଧ୍ୟରେ ମାନସିକ ସ୍ୱାସ୍ଥ ସହ ଜଡିତ ସମସ୍ୟା ମଧ୍ୟ ସାମିଲ ଅଛି । ଯାହାକି ଆଜିକାଲି ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କମାନଙ୍କର କିଛି ଛୋଟ ଅଭ୍ୟାସ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପର ମୁଖ୍ୟ କାରଣ ହୋଇଥାଏ । ଯାହାକି ପରେ ଆପଣଙ୍କୁ ବିପଦରେ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ ଅଭ୍ୟାସ ବିଷୟରେ…

ଚିନ୍ତା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏପରି କିଛି ବ୍ୟକ୍ତି ଅଛନ୍ତି , ଯେଉଁମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତିତ ହୋଇଯାଆନ୍ତି । ଫଳରେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କର ଶିରା ପ୍ରଶିରା ଉପରେ ଅଧିକ ପ୍ରଭାବ ପକାଇଥାଏ । ଯାହାଫଳରେ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ଆପଣଙ୍କର ଯଦି ଏହିପରି ଅଭ୍ୟାସ ଅଚି ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ଜଙ୍କଫୁଡ୍: ଜଙ୍କ ଫୁଡରେ ବିଭିନ୍ନ ପ୍ରାକର ରାସାୟନିକ ପଦାର୍ଥ ମିଶିବା ସହ ଏହା ବହୁତ ତେଲିଆ ଞ୍ଜଜିନିଷ ହୋଇଖାଏ । ଏଥିସହିତ ଏହି ଜଙ୍କ ଫୁଡରେ ଫ୍ୟାଟ୍ ଅଂଶ ମଧ୍ୟ ରହିଥାଏ । ଯାହାକି ଶରୀରକୁ ଅସୁସ୍ଥ କରିବା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହେବାରେ ଲାଗେ ତେଣୁ ଅଧିକ ଜଙ୍କଫୁଡ ସେବନ କରିବାର ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ଅଧିକ ମିଠା ସେବନ: ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ମିଠା ସେବନ କରିବାକୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅତ୍ୟଧିକ ମିଠା ସେବନ କରିବା ଦ୍ୱାରା ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଫଳରେ ଜଣେ ବ୍ୟକ୍ତିର ମାନସିତ ସମସ୍ୟାର ଶିକାର ହୋଇଥାଏ । ତେଣୁ ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ଲେଟ୍ ନାଇଟରେ ଶୋଇବା: ଯେଉଁ ଲୋକମାନଙ୍କୁ ରାତିରେ ଠିକ୍ ଭାବରେ ନିଦ ହୋଇ ନଥାଏ , ପରବର୍ତ୍ତି ମୁହୂର୍ତ୍ତରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଫଳରେ ବିରକ୍ତି ଚିଡିଚିଡି ପରି ସମସ୍ୟା ଅନୁଭବ କରିଥାନ୍ତି । ତେବେ ଅପଣଙ୍କର ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

Get real time updates directly on you device, subscribe now.