fbpx

ଏସସିବି ମେଡିକାଲ କଲେଜ ଏବଂ ହସ୍‍ପିଟାଲରେ ବିରଳ ଅସ୍ତ୍ରୋପଚାର, ଯୋଡିହେଲା କଟିଯାଇଥିବା ଆଙ୍ଗୁଠି

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଏବଂ ହସ୍‍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ସୂଚନା ଅନୁସାରେ, ହସ୍‍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏକ ୮ ଜଣିଆ ଡାକ୍ତରୀ ଦଳ ଏହି ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାର ସୀତାକାନ୍ତ ବାରିକ ରାଜ୍ୟ ବାହାରେ ଏକ କମ୍ପାନୀରେ କାର୍ଯ୍ୟ କରିବାବେଳେ ତିନିମାସ ପୂର୍ବେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟିଯାଇଥିଲା।

ଏହାପରେ ପରିବାର ଲୋକେ ତାଙ୍କୁ ଏସ୍‍ସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସମସ୍ତ ପ୍ରକାର ପ୍ରାଥମିକ ଯାଞ୍ଚ ସହ ଡାକ୍ତରୀ ଦଳ ଅପରେସନ୍‍ ପାଇଁ ପ୍ରାକ୍‍ ପ୍ରସ୍ତୁତି ଆରମ୍ଭ କରିଥିଲେ। ୧୦ ଦିନ ତଳେ କରାଯାଇଥିବା ଏହି ଦୀର୍ଘ ୮ ଘଣ୍ଟାର ଅପରେସନ୍‍ ପରେ ସୀତାକାନ୍ତଙ୍କ ବାମଗୋଡ଼ର ଦ୍ୱିତୀୟ ଆଙ୍ଗୁଠିର ରକ୍ତନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ଡାହାଣ ହାତର ବୁଢ଼ା ଆଙ୍ଗୁଠିରେ ଯୋଡ଼ା ଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଭବିଷ୍ୟତରେ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ ନାହିଁ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

Get real time updates directly on you device, subscribe now.