fbpx

ବିଚ୍ ରାସ୍ତାରେ ପତ୍ନୀଙ୍କୁ ଛୁରାମାଡ କଲା ନିର୍ଦ୍ଦୟୀ ସ୍ୱାମୀ: Live ମର୍ଡରର Video ଭାଇରାଲ

ନୂଆଦିଲ୍ଲୀ: ତାମିଲନାଡୁର ବିଲୋରରେ ଜଣେ ନିର୍ଦ୍ଦୟୀ ସ୍ୱାମୀ ନିଜ ପତ୍ନଙ୍କୁ ବିଚ୍ ରାସ୍ତାରେ ଛୁରାମାଡ କରି ହତ୍ୟା କରିଛି । ଏହି ମାମଲା ପେରିଆଭାରିଗାମ ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡର ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ସେଠାରେ ରହୁଥିବା ପୁନିତା ନାମକ ଜଣେ ମହିଳା ଏକ ଘରୋଇ ଜୋତା କମ୍ପାନୀରେ କାମ କରୁଥିଲେ । ସୋମବାର ବିଳମ୍ବିତ ରାତିରେ ସେ କାମ ସାରି ଘରକୁ ଫେରୁଥିଲେ । ସେତିକିବେଳେ ତାଙ୍କ ସ୍ୱାମୀ ଜୟଶଙ୍କର ତାଙ୍କୁ ରାସ୍ତା ମଝିରେ ଅଟକାଇଥିଲେ । ସେ କିଛି ପ୍ରସଙ୍ଗରେ ପୁନିତାଙ୍କ ସହ ଝଗଡା ଆରମ୍ଭ କରିଥିଲେ । ସେହି ସମୟରେ ଦୁହେଁ ରାସ୍ତା କଡ଼ରେ ଠିଆ ହୋଇଥିଲେ । ପୁନିତା ସେଠାରୁ ଚାଲିଯିବାକୁ ଚାହୁଁଥିଲେ, କିନ୍ତୁ ଜୟଶଙ୍କର ତାଙ୍କୁ ବାରମ୍ବାର ଅଟକାଉଥିଲେ ।

ଏହା ପରେ ସେ ପକେଟରୁ ଏକ ଛୁରୀ ବାହାର କରି ପୁନିତାଙ୍କ ଉପରେ ୭ ଥର ଆକ୍ରମଣ କରିଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଭୟଭୀତ ହେଲେ । ଜୟଶଙ୍କରଙ୍କୁ ଅଟକାଇବାକୁ କେହି ସାହସ କରିନଥିଲେ । ତା’ପରେ ଜଣେ ମହିଳା ପଛରୁ ଆସି ଜୟଶଙ୍କରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ମହିଳା ପହଞ୍ଚିବା ମାତ୍ରେ ଜୟଶଙ୍କର ସେଠାରୁ ଫେରାର୍ ହୋଇଥିଲେ ।

ମହିଳା ଜଣକ ପୁନିତାଙ୍କୁ ଦେଖିଲା ବେଳକୁ ସେ ତଳେ ପଡ଼ିଯାଇଥିଲେ । ସେ ଗୁରୁତର ଆହତ ହୋଇଥିବାରୁ ମହିଳା ଜଣକ ତୁରନ୍ତ ପୋଲିସକୁ ଡାକିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୁନିତାଙ୍କୁ ଅମ୍ବର ହସ୍ପିଟାଲକୁ ନେଇଥିଲା । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଥି ସହିତ ପୋଲିସ ତୁରନ୍ତ ସିସିଟିଭି ଫୁଟେଜ ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା । ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.