fbpx

୩୦ବର୍ଷ ପରେ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ, ନଚେତ ବୟସ ପୂର୍ବରୁ ଦେଖାଯିବ କୁଞ୍ଚନ

ନୂଆଦିଲ୍ଲୀ: ସାଧାରରଣତଃ ବୟସ ବଢିବା ସହ ବୟସର ତ୍ୱଚାରେ କୁଞ୍ଚନ ଆସିଥାଏ । ଯାଦାଦ୍ୱାରା ପୂର୍ବ ବୟସ ଠାରୁ ଫିଟ ରହିବା ଅସମ୍ଭବ ହୋଇଯାଏ । କହିବାକୁ ଗଲେ ୩୦ ବର୍ଷପରେ ମୁହଁରେ ଅନେକ ପରିବର୍ତ୍ତନ ଆସିଥାଏ । ସେଥିପାଇଁ ୩୦ ବର୍ଷ ପରେ ଲାଇଫ ଷ୍ଟାଇଲରେ କିଛି ଭଲ ଜିନିଷ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ଫଳରେ ବଢୁଥିବା ବୟସ ଆପଣଙ୍କର କିଛି ଅସୁବିଧା କରିପାରିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ପରିବର୍ତ୍ତନ କଲେ ଆପଣ ଶୀଘ୍ର ବୁଢା ଦେଖାଯିବେନି । ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ଖାଦ୍ୟ ଉପରେ କିଛି ପରିବର୍ତ୍ତନ କଥା କହିବୁ କାରଣ ଶରୀରରେ ଖାଦ୍ୟର ପ୍ରଭାବ ଅଧିକ ରହିଥାଏ ।

-ଯେତେବେଳେ ମିଠା ଠାରୁ ଦୂରେଇବା କଥା ଆସେ ସେତେବେଳେ ଲୋକେ ଆଇସ୍କ୍ରିମ, ମିଠା, କୁକିଜ ଆଦି ମିଠା ଜିନିଷଠାରୁ ଦୂରେଇ ରୁହନ୍ତି । ଯଦି ଏହୋ କରୁଛନ୍ତି ତେବେ ଆପଣ ନିଜକୁ ଧୋକା ଦେଉଛନ୍ତି । ବ୍ରେଡ୍, କେଚପ ଏବଂ ମିଠା ଦହି ପରି ଜିନିଷ ଖାଇ ଆମେ ଭାବିଥାଉ ଯେ, ଆମେ କୌଣସି ମିଠା ଖାଦ୍ୟ ଖାଉନାହୁଁ । ତେବେ ଏହାଠାରୁ ଦୂରେଇ ରୁହନ୍ତୁ । କାରଣ ଅଇସ୍କ୍ରିମରେ ଯେତିକି ମିଠାଥାଏ ସେତିକି ଏକ କପ ମିଠା ଦହିରେ ଚିନି ରହିଛି ।

-୩୦ ବର୍ଷ ପରେ ଦିନକୁ ୫ଗ୍ରାମ ଲୁଣ କ୍ଷତିକାରକ ହୋଇଥାଏ । ସମସ୍ତେ ପୁରା ଦିନରେ ୨,୩୦୦ ଗ୍ରାମରୁ କମ୍ ସୋଡିୟମର ସେବନ କରିବା ଉଚିତ ।

-ଆପଣ ଯେତେ ପରିମାଣରେ ଚାହିଁବେ କୋଲ୍ଡଡ୍ରିଙ୍କସ ଠାରୁ ଦୂରେଇ ରୁହନ୍ତୁ କାରଣ ଏଥିରେ କ୍ୟାନ୍ସର ରୋଗ ଯାତ କରୁଥିବା ରଙ୍ଗ ଦିଆଯାଉଛି । ଏହାକୁ ପିଇବା ଦ୍ୱାରା ଶରୀରରେ ଅଧିକମାତ୍ରାରେ ଚିନି ପହଁଚିଥାଏ ।

-ମଦ ଠାରୁ ଦୁରେଇ ରୁହନ୍ତୁ । ମଦ ଶରୀରକୁ ଅନେକ କ୍ଷତି ପହଁଚାଇଥାଏ । ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ବୟସ ବଢିବା ସହ ଆମ ଶରୀରରେ ମଦ ହଜମ ବିଳମ୍ବ ହୋଇଥାଏ । ସେଥିପାଇଁ ୩୦ ବର୍ଷ ପରେ ମଦ ପିଇବା ଉଚିତ ନୁହେଁ ।

-ଜଳଖିଆରେ ଆମେ ସାଧାରଣତଃ ବ୍ରେଡ ଖାଇଥାଉ । କିନ୍ତୁ ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଓଜନ ବଢିଥାଏ । ଏଥିରେ ରିଫାଇଣ୍ଡ କାର୍ବୋହାଇଡ୍ରେଟ ଅଧିକ ଥାଏ ଯେଉଁଥିପାଇଁ ଶରୀରରେ ଅଧିକ ଫ୍ୟାଟ ଜମିବାରେ ସାହାଯ୍ୟ କରିଥାଏ । ଏହି ବ୍ରେଡ୍ ବ୍ଲଡ୍ ସୁଗାରକୁ ମଧ୍ୟ ବଢାଇଥାଏ ।

-ଆମେ ସମସ୍ତେ ଜାଣିଛୁ ଯେ, ବଜାରରେ ମିଳୁଥିବା ଚାଇନିଜ ଫୁଡ୍ ରେ ଅଧିକମାତ୍ରାର ସୋଡିୟମ ରହିଥାଏ । ଯାହା ତ୍ୱାଚାର ଆର୍ଦ୍ରତାକୁ ଛଡାଇ ନେଇଥାଏ । ତେବେ ମାର୍କେଟରେ ମିଳୁଥିବା ଚାଇନିଜ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

-ଆଇସ୍ଡ କଫି ତ୍ୱାଚାର ଦ୍ୱିଗୁଣିତ ଭାବେ ବୟସ ବଢାଇଥାଏ । ଯଦି ଆମେ ଏହି କୋଲ୍ଡ କଫି ପିଇବା ତେବେ ଆମ ଶରୀରେ ଥିବା ନିଦ କୋଷିକାରେ ଏହା କ୍ଷତି ପହଁଚାଇଥାଏ ସେଥିପାଇଁ ୩୦ ବର୍ଷ ପରେ ଏହାଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.