fbpx

ଚକୋଲେଟ୍ ସମେତ ଏହିସବୁ ଖାଦ୍ୟ ହୋଇଥାଏ ମୁଣ୍ଡବିନ୍ଧାର କାରଣ; ଆଜିଠାରୁ ହିଁ କମ୍ କରନ୍ତୁ ଏହାର ସେବନ ନଚେତ୍ …

ବର୍ତ୍ତମାନ ଶୀତଋତୁ ଚାଲୁଥିବା ବେଳେ ପ୍ରାୟ ଅନେକ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । କାରଣ ଶିତଦିନରେ ତାପମାତ୍ରା କମୁଥିବାରୁ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଫଳରେ ଶରୀରରେ ଅନକ ରୋଗ ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ । ତେବେ ଏହିସବୁ ରୋଗ ଏବଂ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡବିନ୍ଧା । ଯାହାକି ଏକ ସାଧାରଣ କଥା । କିନ୍ତୁ ଅନେକ ସମୟରେ କ୍ରୋନିକ ମୁଣ୍ଡବିନ୍ଧା କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ସେମାନେ ସେ ଦିନ କୌଣସି ବି କାମ କରିପାରନ୍ତି ନାହିଁ । ତେବେ ଆପଣମାନେ ଜାଣିଛନ୍ତି କି ଆପଣ ପ୍ରତିଦିନ ଖାଉଥିବା ଜିନିଷଗୁଡ଼ିକ ମଧ୍ୟ ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେବେ ପ୍ରତିଦିନ ସେବନ କରୁଥିବା ଖାଦ୍ୟରେ ଏପରି ବି କିଛି ଖାଦ୍ୟ ସାମିଲ ଅଛି ଯାହାକୁ ଅଧିକମାତ୍ରାରେ ସେବନ କରିବା ଏବଂ ନିୟମିତ ସେବନ କରିବା ଦ୍ୱାରା ଏହା ଆପଣଙ୍କୁ ମୁଣ୍ଡବିନ୍ଧା ଦେଇପାରେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ମୁଣ୍ଡବିନ୍ଧାର କାରଣ ହେଉଥିବା ଖାଦ୍ୟ:

ଲହୁଣି: ଯଦି ଆପଣ ପ୍ରତିଦିନ ଲହୁଣି ଖାଉଛନ୍ତି, ତେବେ ଆପଣଙ୍କର ମୁଣ୍ଡବିନ୍ଧା ହ୍ୱାର ଅନେକ ଆଶଂଙ୍କ ରହିଥାଏ । କାରଣ ଲହୁଣିରେ ଟାଇରାମାଇନ୍ ନାମକ ଏକ ଉପାଦାନ ରହିଛି । ଏହା ଏପରି ଏକ ପଦାର୍ଥ ଯାହା ରକ୍ତବାହୀକୁ ସଙ୍କୁଚିତ କରେ । ଫଳରେ ଏହି କାରଣରୁ କିଛି ଲୋକଙ୍କ ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣଙ୍କର ମୁଣ୍ଡବିନ୍ଧା ହେଉଛି,ତେବେ ଆପଣ ଭୁଲରେ ମଧ୍ୟ ଲହୁଣି ସେବନ କରନ୍ତୁ ନାହିଁ ।

ଚକୋଲେଟ୍: ସମସ୍ତେ ଚକୋଲେଟ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୋଟିଏ ଦିନରେ ୨ରୁ ୩ଟି ଚକୋଲେଟ୍ ମଧ୍ୟ ସେବନ କରନ୍ତି । ତେବେ ଆପଣଙ୍କ ଯଦି ସେମିତି କିଛି ଅଭ୍ୟାସ ଅଛି ତାହାଲେ ଏହି ଅଭ୍ୟାସ ଛାଡି ଦିଅନ୍ତୁ । ତେବେ ଚକୋଲେଟ୍ କେବଳ ପ୍ରବଳ ମୁଣ୍ଡବିନ୍ଧାର କାରଣ ନୁହେଁ ବରଂ ଏହା ଚିନି ସ୍ତରକୁ ମଧ୍ୟ ବଢାଇବାରେ ସାହାଯ୍ୟ କରେ । କାରଣ ଚକୋଲେଟରେ ଟାଇରାମାଇନ୍ ନାମକ ଏକ ଉପାଦାନ ଥାଏ, ଯାହା ଏକ ଯୌଗିକ ପଦାର୍ଥ । ଏହା ରକ୍ତଚାପ ବୃଦ୍ଧି କରିବା ସହ ମୁଣ୍ଡବିନ୍ଧାର କାରଣ ମଧ୍ୟ ହୋଇଥାଏ । ତେଣୁ ଆପଣଙ୍କର ଏହି ସମ୍ୟା ଥିଲେ ଚକୋଲେଟ୍ ଠାରୁ ଦୂରେଇ ରୁହନ୍ତୁ ।

ରେଡ୍ ୱାଇନ୍: ଆପଣ ଜାଣନ୍ତି କି ରେଡ ୱାଇନ୍ ପିଇବା ଦ୍ୱାରା ମୁଣ୍ଡବିନ୍ଧା ହୋଇପାରେ । କାରଣ ମଦରେ ଏପରି କିଛି ରାସୟନିକ ଏବଂ ବିଶାକ୍ତ ପଦାର୍ଥ ଥାଏ ଯାହାକି ମୁଣ୍ଡବିନ୍ଧାକୁ ବଢାଇଥାଏ । ତେଣୁ ସମସ୍ତେ ସୀମିତ ପରିମାଣରେ ମଦ୍ୟପାନ କରିବା ଉଚିତ୍ । ମଦ୍ୟପାନର ଅତ୍ୟଧିକ ବ୍ୟବହାର ଦ୍ୱାରା ଆପଣଙ୍କ ଯକୃତ ମଧ୍ୟ ନଷ୍ଟ ହୋଇପାରେ ।

କୃତ୍ରିମ ମିଠା: ମିଠା ଅଧିକ ଖାଇବା ଉଚିତ୍ ନୁହେଁ, କାରଣ ଏଥିରେ ଆସପାର୍ଟେମ୍ ନାମକ ଏକ ଉପାଦାନ ଥାଏ । ଯାହା ଡୋପାମାଇନ୍ ସ୍ତରକୁ ହ୍ରାସ କରିଥାଏ । ତେବେ ନିମ୍ନ ସ୍ତରର ଡୋପାମାଇନ୍ ହେତୁ କିଛି ଲୋକଙ୍କଠାରେ ମୁଣ୍ଡବିନ୍ଧାର ସମ୍ଭାବନାକୁ ବଢାଇଥାଏ । ତେଣୁ ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ଥିଲେ ଆପଣ ମିଠା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ଖଟା ଫଳ(ସାଇଟ୍ରସ୍ ଫଳ):ସାଇଟ୍ରସି୍ ଫଳ ବା ଖଟା ଫଳଗୁଡ଼ିକରେ ଅକ୍ଟୋପାମାଇନ୍ ନାମକ ଏକ ଯୌଗିକ ରହିଥାଏ । ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ ।ଯେଉଁ ଲୋକମାନେ ଅମ୍ଳୀୟ ଫଳ ସହଜରେ ହଜମ କରନ୍ତି ନାହିଁ, ସେମାନେ ଅଙ୍ଗୁର ଏବଂ କମଳା ଠାରୁ ଦୂରେଇ ରୁହନ୍ତୁ । ମୁଣ୍ଡବିନ୍ଧା ସମୟରେ ଏହି ସାଇଟ୍ରସ୍ ଫଳ ଖାଇବା ଠାରୁ ଦୂରେଇ ରହିବା ଭଲ ।

Get real time updates directly on you device, subscribe now.