fbpx

ଏହିସବୁ ଭୁଲ କରୁଥିଲେ ହୋଇଯାଆନ୍ତୁ ସାବଧାନ: ନଚେତ୍ ପଡିଥାଏ ଶନିଙ୍କ କୋପ ଦୃଷ୍ଟି, ଭୋଗିବାକୁ ପଡିବ ଅନେକ କଷ୍ଟ

ହିନ୍ଧୁ ଧର୍ମରେ ପ୍ରତ୍ୟେକ ଦେବା ଦେବିଙ୍କ ଏକ ସ୍ୱତନ୍ତ୍ର ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାଫଳରେ ସେମାନେ ସେହିପରି ଭାରରେ ନିଜର କୃପା ଦୃଷ୍ଟି ଏବଂ କୋପ ଦୃଷ୍ଟି ବ୍ୟକ୍ତି ଉପରେ ରଖିଖଥାନ୍ତି । ତେବେ ନ୍ୟାୟର ଦେବତା କୁହାଯାଉଥିବା ଶନି ଦେବ ଯେତେବେଳେ କ୍ରୋଧିତ ହୁଅନ୍ତି ସେତେବେଳେ ଜଣେ ବ୍ୟକ୍ତିର ଜୀବନ ନର୍କରେ ପରିଣତ ହେବାକୁ ଅଧିକ ସମୟ ଲାଗେ ନାହିଁ । ସେଥିପାଇଁ ଶନିଙ୍କୁ ଖୁସି ରଖିବା ଅତ୍ୟନ୍ତ ଜରୁରୀ । ତେବେ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଶନି ବହୁତ କ୍ରୋଧିତ ହୋଇଥାନ୍ତି । ଫଳରେ ତାଙ୍କ କୋପଦୃଷ୍ଟି ପକାଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଦ୍ୱାରା ଶନି କ୍ରୋଧିତ ହୋଇଥାନ୍ତି ।

ଏହି ଅଭ୍ୟାସଗୁଡିକ ଶନିଙ୍କୁ କ୍ରୋଧିତ କରାଇଥାଏ:

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୌଣସି ବି ବ୍ୟକ୍ତି ଭୁମୀରେ ପାଦ ଘୋଷାରି ଚାଲନ୍ତୁ ନାହିଁ । କାରଣ ଏଫରି କରିବା ଦ୍ୱାରା ଶନି କ୍ରୋଧିତ ହୋଇଥାନ୍ତି ଏବଂ ସେହି ବ୍ୟକ୍ତି ଉପରେ ତାଙ୍କର କୋପ ଦୃଷ୍ଟି ପକାଇଥାନ୍ତି । ଫଳରେ ସେହି ବ୍ୟକ୍ତି ସର୍ବଦା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ସେମାନେ ତାଙ୍କ କାର୍ମ କ୍ଷେତ୍ରରେ ସଫଳତା ପାଇ ପାରନ୍ତି ନାହିଁ । ଏତତ୍ ବ୍ୟତୀତ ଅର୍ଥ ହାନୀ ମଧ୍ୟ ହୋଇଥାଏ । ସେହିଭଳି ବସିବା ସମୟରେ ମଧ୍ୟ ଗୋଡ ହଲାଇବା ଉଚିତ୍ ନୁହେଁ । ଏପରିକି ଏହା କରି ଶନି ଅନେକ ପ୍ରକାରର ମାନସିକ ସମସ୍ୟା ଏବଂ ଚାପ ଦେଇଥାନ୍ତି ।

-ଯେଉଁମାନେ ସୁଧ ଉପରେ ଟଙ୍କା ଦିଅନ୍ତି, ଶନି ସେମାନଙ୍କୁ କେବେ ବି ଛାଡନ୍ତି ନାହିଁ । ଶାନି ବେଳେବେଳେ ଏହି ଲୋକମାନଙ୍କ ଉପରେ ତାଙ୍କର ବକ୍ର ଦୃଷ୍ଟି ପକାଇଥାନ୍ତି । ଫଳରେ ଏପରି ଲୋକମାନେ ଅନେକ ସମସ୍ୟା ଭୋଗିବା ସହ ସର୍ବଦା ବିପଦରେ ପଡିଥାନ୍ତି । ତେଣୁ କେବେ ବି ସୁଧ ଉପରେ ଟଙ୍କା ଦେବା ଉଚିତ୍ ନୁହେଁ । ଏପରି କରୁଥିଲେ ସାବଧାନ ରହିବା ଆବଶ୍ୟକ ।

-ଯେଉଁମାନେ ଅପରିଷ୍କାର କରନ୍ତି ଏବଂ ଅଶୁଚିରେ ବାସ କରନ୍ତି ସେମାନଙ୍କୁ ଶନି କେବେ ଆଶୀର୍ବାଦ କରନ୍ତି ନାହିଁ । ଶାନି ଏହିପରି ଲୋକଙ୍କୁ ସବୁବେଳେ ରୋଗ, ଅସୁବିଧା, ଆର୍ଥିକ ପ୍ରତିବନ୍ଧକ ଏବଂ ବିଫଳତା ଦେଇଥାନ୍ତି । ଏହିପରି ଲୋକମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଫଳାଫଳ ପାଆନ୍ତି ନାହିଁ । ତେଣୁ ସର୍ବଦା ପରିଷ୍କାର ରୁହନ୍ତୁ ।

-ଯେଉଁ ଲୋକମାନେ ବାଥରୁମକୁ ଅପରିଷ୍କାର ରଖନ୍ତି, ରାତିସାରା ରୋଷେଇ ଘରେ କିମ୍ବା ଘରର ଯେ କୌଣସି ସ୍ଥାନରେ ଅଇଁଠା ବାସନକୁ ରଖିଥାନ୍ତି, ସେମାନଙ୍କୁ ଶନି କେବେ ବି କ୍ଷମା କରନ୍ତି ନାହିଁ । କେବଳ ସେତିକି ନୁହେଁ ଏପରି କରୁଥିବା ବ୍ୟକ୍ତିଙ୍କ ଉପରେ ଶନି ଏବଂ ରାହୁ ଉଭୟଙ୍କ କୋପ ଦୃଷ୍ଟି ପଡିଥାଏ । ଫଳରେ ଏହି ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ପାଇଥାନ୍ତି । ଏତତ୍ ବ୍ୟତୀତ ଘରେ ମଧ୍ୟ ଅଶାନ୍ତି ଲାଗି ରହିଥାଏ । ଫଳରେ ସେହି ବ୍ୟକ୍ତିମାନେ ମାନସିକ ଦୁଃଚିନ୍ତାରେ ରହିଥାନ୍ତି ।

ତେଣୁ ଏପରି ଅଭ୍ୟାସ ଥିବା ବ୍ୟକ୍ତି ତୁରନ୍ତ ସେମାନଙ୍କ ଅଭ୍ୟାସ ପରିବର୍ତ୍ତନ କରିବା ଉଚିତ୍ । ନଚେତ୍ ଶନିଙ୍କ କୋପ ଦୃଷ୍ଟି ସର୍ବଦା ଏହି ବ୍ୟକ୍ତିମାନଙ୍କ ଉପରେ ରହିବା ସହ ସେମାନଙ୍କ ଜୀବନ ଦୁଃଖ କଷ୍ଟରେ ଅତିବାହିତ ହେବ ।

Get real time updates directly on you device, subscribe now.