fbpx

E Ramadoss ଆଉ ନାହାନ୍ତି: ତାମିଲ ଅଭିନେତା-ନିର୍ଦ୍ଦେଶକ ଆଖି ବୁଜିଲେ

ନୂଆଦିଲ୍ଲୀ: ବିଶିଷ୍ଟ ତାମିଲ ଅଭିନେତା-ନିର୍ଦ୍ଦେଶକ ଇ ରାମଦୋସ ଆଉ ନାହାନ୍ତି । ୬୬ ବର୍ଷ ବୟସରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଫିଲ୍ମରେ ଲେଖକ ଭାବେ କାମ କରିଛନ୍ତି । ସେ ଶିବକାର୍ତ୍ତିୟେନଙ୍କ ଖାକୀ ସଥାଈ, ବେଥିମରନଙ୍କ ଇନକ୍ୱାରୀ, ବିଜୟ ସେତୁପତିଙ୍କ ବିକ୍ରମ ବେଦ, ଧନୁଷଙ୍କ ମାରୀ-୨ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ରାମଦୋସ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା ଥିଲେ । ୬୬ ବର୍ଷ ବୟସରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଏ ବାବଦରେ ତାଙ୍କର ପୁଅ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ତାଙ୍କର ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ବହୁ ନାମିଦାମୀ କଳାକାର ରାମଦୋସଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ରାମଦୋସ ଅନେକ ଫିଲ୍ମ ନିର୍ମାଣ କରିଥିବା ବେଳେ ତନ୍ମଧ୍ୟରୁ ବହୁ ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ମୋ ପିତା, ନିର୍ଦ୍ଦେଶକ, ଲେଖକ, ଅଭିନେତା ଇ ରାମଦାସ ହୃଦଘାତରେ ପରଲୋକ ଗମନ କରିଛନ୍ତି । ଗତ ୨୪ ତାରିଖ ସକାଳ ୧୧ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହା ମୁଁ ଅତ୍ୟନ୍ତ ଦୁଃଖର ସହିତ କହୁଛି ।

Get real time updates directly on you device, subscribe now.