fbpx

ଶେଷ ମ୍ୟାଚ୍ ପୁର୍ବରୁ ସାନିଆ ମିର୍ଜାଙ୍କ ଜଲୱା, ଅଷ୍ଟ୍ରେଲିଆ ଓପନ୍‌ ମିସ୍କଡ୍ ଡବଲ ଫାଇନାଲରେ ସାନିଆ-ରୋହନ ବିପାନ୍ନାଙ୍କ ଯୋଡ଼ି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ୍‌ର ମିସ୍କଡ୍ ଡବଲ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଯୋଡ଼ି ସାନିଆ ମିର୍ଜା ଓ ରୋହନ ବୋପାନ୍ନା। ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ତାରକା ଯୋଡ଼ି ତୃତୀୟ ସିଡ୍ ଗ୍ରେଟ୍ ବ୍ରିଟେନ୍‌ର ନିଲ୍ ସ୍କୁପ୍ସ୍କି ଏବଂ ଆମେରିକାର ଡେସିରିଆ କ୍ରାଉଜିକ୍‌ଙ୍କୁ ୭-୬,୬-୭(୧୦-୬)ରେ ମାତ୍ ଦେଇଥିଲେ।

ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଜିତି ନେଇଥିଲେ ଏବଂ ଦ୍ୱିତୀୟ ସେଟ୍‌ରେ ଆଗରେ ଥିଲେ। କିନ୍ତୁ ପ୍ରତିପକ୍ଷ ଦ୍ୱିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୂ ମ୍ୟାଚ୍‌ର ଭାରତୀୟ ଯୋଡ଼ିକୁ ସୁପର ଟ୍ରାଇବେକର ଯାଏଁ ଯିବାକୁ ପଡ଼ିଥିଲା।

ଏହାପୁର୍ବରୁ ଏହି ଭାରତୀୟ ଯୋଡ଼ି କ୍ୱାଟର ଫାଇନାଲରେ ଲାଟଭିଆର ଜେଲେନା ଓଷ୍ଟାପେଙ୍କୋ ଏବଂ ସ୍ପେନର ଡେଭିଡ ଭେଗା ଫର୍ଣ୍ଣାଡିଜଙ୍କ ଯୋଡି ବିପକ୍ଷରେ ୱାକଓଭର ପାଇବା ପରେ ସେମିଫାଇନାଲରେ ପ୍ରବେଶ କରିଥିଲେ।

Get real time updates directly on you device, subscribe now.