fbpx

ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ପ୍ରଦାନ କରାଯିବ ରାଷ୍ଟ୍ରପତି ପୁଲିସ୍‍ ପଦକ, ଓଡ଼ିଶାରୁ ଦୁଇଜଣ ମନୋନୀତ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ୨୦୨୩ ପାଇଁ ପୋଲିସ ସେବା ମେଡାଲ ଘୋଷଣା କରାଯାଇଛି। ୯୩ ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍‍ ପଦକ ଦିଆଯିବ। ଓଡିଶାରୁ ଦୁଇ ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ସେହିଭଳି ୧୧ ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଓଡ଼ିଶାରୁ ଆଇପିଏସ୍‍ ଅଫିସର୍‍ ଡି. ଏସ୍ କୁଟ୍ଟେ ଓ କନଷ୍ଟେବଳ ପ୍ରହଲ୍ଲାଦ ରାଉତ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ପାଇବେ।

ଅନୁରୂପ ଭାବେ ପୋଲିସ ସେବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଓଡ଼ିଶାରୁ ୧୧ ଜଣଙ୍କର ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଯତୀନ୍ଦ୍ର କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁଧାଂଶୁ ଶେଖର ପୁଜାରୀ, ହିମାଂଶୁ ଭୁଷଣ ସ୍ୱାଇଁ, ଜ୍ଞାନେନ୍ଦ୍ର କୁମାର ଦାସ, ଅରୁଣ ବଳିଆର ସିଂହ, ଯୁଗଳ କିଶୋର ପ୍ରଧାନ, ଏସ. ଖାନ, ବିଜ୍ଞ ଭୂଷଣ ମହାନ୍ତି, ଅନିଲ ମିଂଜ ଏବଂ ପ୍ରଦୀପ କୁମାର ବେହେରା।

Get real time updates directly on you device, subscribe now.