fbpx

ଜାଣନ୍ତୁ ଆଥିୟା ଏବଂ ରାହୁଲଙ୍କୁ ବିରାଟ ଏବଂ ସଲମାନ ଖାନ୍ କ’ଣ ଦେଲେ ଉପହାର ?

ମୁମ୍ବାଇ: ବଲିଉଡ଼ରେ ଏବେ ବିବାହ ସିଜିନ ଆରମ୍ଭ ହୋଇଯାଇଛି। ବଲିଉଡ଼ ହିରୋ ହିରୋଇନଙ୍କ ଅନେକ ପ୍ରଶଂସକ ତଥା ଫ୍ୟାନ ଫଲୋଇଙ୍ଗ ଥିବାରୁ ସେମାନଙ୍କର ବିବାହ ଖବର ଚର୍ଚ୍ଚାରେ ରହିଥାଏ। କିଛିଦିନ ତଳେ ଭାରତୀୟ କ୍ରିକେଟର କେ.ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଠୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଲିଉଡ଼ ସୁପରଷ୍ଟାର ସୁନୀଲ ସେଠୀଙ୍କ ଫାର୍ମହାଉସରେ ଏହି ବିବାହ ଉତ୍ସବ ହୋଇଥିଲା। ତେବେ ଏହି ଉତ୍ସାହ ଜୋର ଚର୍ଚ୍ଚା ଧରିଥିବା ବେଳେ ନବଦମ୍ପତିଙ୍କୁ ମିଳିଥିବା କିଛି ଉପହାର ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଉଭୟ କେ.ରାହୁଲ ଏବଂ ଆଥିୟାଙ୍କୁ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ପାଖରୁ ଦାମୀ ଉପହାର ମିଳିଛି।

ରିପୋର୍ଟ ଅନୁସାରେ ରାହୁଲଙ୍କ ଘନିଷ୍ଠ ସାଥିଖେଳାଳୀ ବିରାଟ କୋହଲି ନ୍ୟୁଜିଲାଣ୍ଡ ସିରିଜ ପାଇଁ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ। କିନ୍ତୁ ଉପହାରରେ ୨ କୋଟି ଟଙ୍କାରୁ ଅଧିକ ଦାମ୍ ବିଏମ୍ଡ଼ବ୍ଲୁ କାର୍ ଗିପ୍ଟ କରିଛନ୍ତି। ଏହି କାର୍ ମାତ୍ର ୫.୪ ସେକେଣ୍ଡରେ ଘଣ୍ଟାପ୍ରତି ୧୦କି.ମି ବେଗରେ ଗତିକରିପାରିବ। ଏହି ଗିପ୍ଟକୁ ନେଇ ଏବେ ଅଧିକ ଚର୍ଚ୍ଚା ହେଉଛି। ସେହିପରି ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିବାହ ଉତ୍ସବରେ ଯୋଗ ଦେଇନଥିଲେ କିନ୍ତୁ ୮୦ ଲକ୍ଷ ଟଙ୍କାର ଏକ କାୱାସିକ ବାଇକ ପଠାଇଥିଲେ।

ଗୋଟିଏ ପଟେ ରାହୁଲଙ୍କ ସାଥିଖେଳାଳୀମାନେ କାର୍ ,ବାଇକ ଉପହାର ଦେଇଥିବା ବେଳେ ସୁନୀଲ ସେଟ୍ଟୀଙ୍କ ନିମନ୍ତ୍ରଣକ୍ରମେ ବହୁ ବଲିଉଡ଼ ଷ୍ଟାରମାନେ ଯୋଗ ଦେଇଥିଲେ। ସୁନୀଲ ସେଟ୍ଟୀଙ୍କ ଘନିଷ୍ଠ ବନ୍ଧୁ ସଲମାନ୍ ଖାନ୍ ଏହି ଉତ୍ସବରେ ଯୋଗ ଦେଇ ଏକ ଅଡ଼ି କାର୍ ଉପହାର ଦେଇଥିଲେ। ଯାହାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ରହିଛି। ଏହି କାର୍ ୫.୭ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତିକରିପାରିବ। ସେହିପରି ନବଦମ୍ପତିଙ୍କୁ ମଧ୍ୟ ଜ୍ୟାକି ଶ୍ରଫ୍ ମହଙ୍ଗା ଘଡ଼ି ଉପହାର ଦେଇଥିଲେ। ଏହା ସହିତ ସୁନୀଲ ସେଟ୍ଟୀ ଆଥିୟା ଏବଂ ରାହୁଲଙ୍କୁ ମୁମ୍ବାଇରେ ୫୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି। ତେବେ ଏନେଇ ଉଭୟ ପରିବାର ପକ୍ଷରୁ କୈାଣସି ସୂଚନା ମିଳିନି।

Get real time updates directly on you device, subscribe now.