fbpx

ଭାରତରେ ଲଞ୍ଚ ହେଲା ପ୍ରଥମ କରୋନା ନାଜାଲ ଭାକ୍ସିନ୍‌ iNCOVACC, ବୁଷ୍ଟର ଡୋଜ୍ ଭାବେ ମଧ୍ୟ ବ୍ୟବହାର ହେବ

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢେଇକୁ ଆହୁରି ଶକ୍ତି ମିଳିଛି । ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର. ମନସୁଖ ମାଣ୍ଡବ୍ୟ ଭାରତ ବାୟୋଟେକ୍‌ର ନାଜାଲ କରୋନା ନାଜାଲ ଭାକ୍ସିନ୍‌ iNCOVACC  ଲଞ୍ଚ କରିଛନ୍ତି । ଏହି ଟିକାକୁ ପୁର୍ବରୁ BBV୧୫୪ ନାମ ଦିଆଯାଇଥିଲା। କେନ୍ଦ୍ର ସରକାର ୨୦୨୨ ଡିସେମ୍ବର ୨୩ରେ ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ୍‌କୁ ମଞ୍ଜୁରୀ ଦେଇଥିଲେ। ଏହି ଭାକ୍ସୀନି ପ୍ରଥମ ପର୍ଯ୍ୟାୟରେ ଘରୋଇ ମେଡିକାଲରେ ମିଳିବ । ନାକାରେ ପଡ଼ୁଥିବା ଏହି ଟିକା ବୁଷ୍ଟର ଡୋଜ୍ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ଏବେ ଭାରତରେ କରନା ଟୀକା ପାଇଁ ଆଉ କୌଣସି ଇଞ୍ଜେକ୍ସନ୍ ଆବଶ୍ୟକ ହେବ ନାହିଁ, ଏହା ନାକରେ ଏକ ଡ୍ରପ୍ ମାଧ୍ୟମରେ ଦିଆଯିବ। ଭରତ ବାୟୋଟେକ୍ ଅନୁଯାୟୀ ସରକାର ନାସାଲ୍ ଟିକା iNCOVACC ର ଡୋଜ ପିଛା ୩୨୫ ଟଙ୍କା ନିର୍ଧାରଣ କରିଥିବା ବେଳେ ଘରୋଇ ଡାକ୍ତରଖାନାରେ ଏହାର ମୂଲ୍ୟ ୮୦୦ ଟଙ୍କା ରହିବ।

ତେବେ ବର୍ତ୍ତମାନ ପାଇଁ ଡିସିଜିଏ କେବଳ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କ ପାଇଁ ନାଜାଲ ଭାକ୍ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ AIIMS ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ ନାଜାଲ ଟିକା ଭଲ, କାରଣ ଏହା ପ୍ରୟୋଗ କରିବା ସହଜ ଏବଂ ଏହା ନିଜେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ, ଯାହା ପ୍ରାରମ୍ଭରେ ସଂକ୍ରମଣକୁ ରୋକିଥାଏ । ଯାଇପାରେ ।

Get real time updates directly on you device, subscribe now.