fbpx

ମଦ ପିଇବା ଦ୍ୱାରା ବଢ଼ିଯାଏ ଇଂରାଜୀ କହିବାର ଦକ୍ଷତା : ରିସର୍ଚ୍ଚରୁ ଖୁଲାସା

ମଦ୍ୟପାନ ଯୋଗୁଁ କିଡନୀ, ଲିଭରରୁ ନେଇ ହାର୍ଟ ଆଟାକ୍ ପର୍ଯ୍ୟନ୍ତ କ୍ଷତି ହୋଇଥାଏ । କିନ୍ତୁ କିଛି ଜିନିଷରେ ମଦ ଲାଭଦାୟକ ହୋଇଥାଏ । ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିକୁ ମଦ ନିଶା ଚଢ଼ିଯାଏ, ତା’ହେଲେ ସେ ଅନ୍ୟ ଭାଷାରେ କିମ୍ବା ବିଦେଶୀ ଭାଷାରେ କହିବା ଆରମ୍ଭ କରିଥାଏ । ତାକୁ ସେହି ଭାଷା ବିଷୟରେ ଅଳ୍ପ ଜ୍ଞାନ ଥିଲେ ବି କିଛି ଫରକ୍ ପଡ଼ିନଥାଏ । ଭାରତରେ ଏହା ଇଂରାଜୀ ଭାଷା ହୋଇପାରେ ।

ଅର୍ଥାତ୍ ଯେଉଁମାନେ ନିଜ ମାତୃଭାଷା ହିନ୍ଦୀ କୁହନ୍ତି, ଯଦି ସେମାନେ ମଦ୍ୟପାନ କରନ୍ତି ତେବେ ନଶା ଚଢ଼ିବା ପରେ ସେମାନେ ଭଲ ଇଂରାଜୀ କହିବା ଆରମ୍ଭ କରନ୍ତି । ଏହି ଅଧ୍ୟୟନ ସାଇକୋଫାରମାକୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ, ମାଷ୍ଟ୍ରିଚ୍ ୟୁନିଭରସିଟି ଏବଂ କିଙ୍ଗ୍ କଲେଜ୍ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବରେ କରାଯାଇଛି । ଅଧ୍ୟୟନରେ ଏହା ଜଣାପଡିଛି ଯେ, ମଦ ପିଇବା ପରେ ଦ୍ୱିତୀୟ ଭାଷାରେ ଦ୍ୱିତୀୟ ଭାଷାର ସ୍କିଲ୍ ବା ଦକ୍ଷତା ବଢ଼ିଯାଏ ଏବଂ ସେମାନେ ମଦପିଇବା ପରେ ସେହି ଭାଷାକୁ ଅର୍ନଗଳ କହିବା ଆରମ୍ଭ କରନ୍ତି ।

ମଦ୍ୟପାନ ବଢ଼ାଇଥାଏ ଆତ୍ମବିଶ୍ୱାସ :-
ସାଇନ୍ସଡେଲିରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆମେ ଜାଣୁ ଯେ ଇଂରାଜୀ କିମ୍ବା ବିଦେଶୀ ଭାଷା କହିବା ପାଇଁ ବୌଦ୍ଧିକ ଦକ୍ଷତା ବିଷୟରେ ସଚେତନ ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଆମେ ଭାବି ପାରିବା ଯେ ମଦ୍ୟପାନ ପିଇବା ଦ୍ୱାରା ତାହା ବୌଦ୍ଧିକ ଦକ୍ଷତାକୁ ବିଗାଡ଼ିଦିଏ, କିନ୍ତୁ ଅଧ୍ୟୟନରେ ବିପରୀତ ରେଜଲ୍ଟ ମିଳିଛି । ଅଧ୍ୟୟନରୁ ଜଣାପଡିଛି ଯେ, ମଦ୍ୟପାନ ଆତ୍ମବିଶ୍ୱାସକୁ ବହୁଗୁଣିତ ବଢ଼ାଇଥାଏ । ଏହା ସହିତ ଅନେକ ଲୋକଙ୍କୁ ଦେଖିବା ପରେ ସେମାନେ ବିଚଳିତ ହୁଅନ୍ତି ନାହିଁ । ଏହି ଦୁଇଟିର ପ୍ରଭାବ ହେତୁ ଯେତେବେଳେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥାଏ, ସେତେବେଳେ ଅନ୍ୟ ଭାଷା କହିବାର କ୍ଷମତା ମଧ୍ୟ ବଢିଯାଏ । ଏହି ପରିସ୍ଥିତି ପରେ, ଯେତେବେଳେ ମଦ୍ୟପାନର ନିଶା ଭାଙ୍ଗିଯାଏ, ସେତେବେଳେ ବ୍ୟକ୍ତି ଅନୁଭବ କରେ ଯେ ତାଙ୍କର ଦ୍ୱିତୀୟ ଭାଷା ବହୁତ ଉନ୍ନତ ହୋଇଛି ଏବଂ ବର୍ତ୍ତମାନ ସେ ଏହି ଭାଷାରେ ଭଲ ଭାବରେ କହିପାରିବେ ।

ଅନୁସନ୍ଧାନକାରୀମାନେ ଏହାକୁ ନେଦରଲ୍ୟାଣ୍ଡର କିଛି ଜର୍ମାନ ମାତୃଭାଷା ଲୋକଙ୍କ ଉପରେ ପରୀକ୍ଷା କରିଥିଲେ । ଏଥିପାଇଁ ସେ ଏହି ଲୋକଙ୍କୁ ଅଳ୍ପ ପରିମାଣରେ ମଦ୍ୟପାନ କରାଇଥିଲେ । ଏହି ଲୋକମାନେ ଡଚ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ସମସ୍ତେ ଜର୍ମାନ ଭାଷାରେ କଥା ହୋଇଥିଲେ ଏବଂ ନିକଟରେ ଡଚ୍ ଶିଖୁଥିଲେ । ସେମାନଙ୍କ ସହିତ କିଛି ଡଚ୍ ଲୋକଙ୍କୁ ବସାଇଦିଆଯାଇଥିଲା, ଯେଉଁମାନେ ମଦ ପିଇନଥିଲେ । ବର୍ତ୍ତମାନ ଏହି ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା । ଅନୁସନ୍ଧାନକାରୀମାନେ ସମସ୍ତଙ୍କ ମଧ୍ୟରେ କଥାବାର୍ତ୍ତା ରେକର୍ଡ କରିଥିଲେ । ଯେତେବେଳେ କଥାବାର୍ତ୍ତା ହେଲା, ସେବେ ଡଚ୍ ଶିଖୁଥିବା ଜର୍ମାନୀ ଲୋକମାନେ ଡଚ୍ ଭାଷାରେ କଥା ହେବାକୁ ଆରମ୍ଭ କରିଥିଲେ । ନିଜ ନିଜର ଡଚ୍ ଭାଷା ଶୁଶି ଜର୍ମାନୀ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

Get real time updates directly on you device, subscribe now.