fbpx

ଦେଶର ସରକାରୀ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାଳୟର ଅବସ୍ଥା ଅତ୍ୟନ୍ତ ଖରାପ: NHRC

ନୂଆଦିଲ୍ଲୀ: ଭାରତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କାର୍ଯ୍ୟ କରୁଥିବା ସରକାରୀ ମେଡିକାଲ ଗୁଡ଼ିକ ଗମ୍ଭୀର ସ୍ଥିତିରେ ରହିଛନ୍ତି। ଜାତୀୟ ମାନବଧିକାର ଆୟୋଗର ଏକ ରିପୋର୍ଟରୁ ଏହି ଖୁଲାସା ହୋଇଛି। ଜାତୀୟ ମାନଧିକାର ଆୟୋଗର ମୁଖପାତ୍ର ଜେମିନୀ କୁମାର ଶ୍ରୀବାସ୍ଥବ କହିଛନ୍ତି ଯେ, ଦେଶରେ ୪୬ ଟି ସରକାରୀ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରହିଛି। ତେବେ ଏହି ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଡାକ୍ତର, ନର୍ସ, ସପୋର୍ଟ ଷ୍ଟାଫ୍ ଏବଂ ଔଷଧର ମଧ୍ୟ ଅଭାବ ରହିଛି। ଏପରିକି ଏଠାରେ ପରିସ୍କାର ପରିଚ୍ଛନାତାର ମଧ୍ୟ କୌଣସି ଧ୍ୟାନ ରଖା ଯାଉ ନଥିବା କୁହାଯାଇଛି।

ଏଭଳି ସ୍ଥିତିର ସୁଧାର କରିବା ପାଇଁ ମାନଧିକାର ଆୟୋଗ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କଠୁ ଆରମ୍ଭ କରି ପ୍ରତିଷ୍ଠାନର ନିର୍ଦେଶକ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଆଦିଙ୍କୁ ୬ ସପ୍ତାହ ସମୟ ଦେଇଛନ୍ତି। ଗତ ୩-୪ ମାସ ଧରି ମାନବଧିକାର ଆୟୋଗ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ନଜର ରଖିଥିଲେ। ଆୟୋଗ ପ୍ରଥମେ ଗ୍ୱାଲିୟର ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରିଥିଲେ । ଏହାପରେ ଆଗ୍ରା ଏବଂ ରାଞ୍ଚି ଡାକ୍ତରଖାନା ମଧ୍ୟ ଗସ୍ତ କରିଥିଲେ । ପରେ ଦେଶର ସମସ୍ତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗସ୍ତ କରିଥିଲେ । ତେବେ ଏହି ସମୟରେ ପ୍ରାୟ ସମସ୍ତ ଡାକ୍ତରଖାନା ଗୁଡ଼ିକର ଅବସ୍ଥା ସମାନ ଥିଲା ।

ଆୟୋଗ କହିଛନ୍ତି ଯେ, ୨୦୧୭ ମାନସିକ ସ୍ୱାସ୍ଥ୍ୟ ଆଇନ୍ ଅନୁଯାୟୀ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼କରେ ଯେଉଁପରି ସୁବିଧା ରହିବା କଥା ତାହା ରହିି ନଥିବା ଆୟୋଗ ନଜର କରିଥିଲେ । ଏଠାରେ ରୋଗୀଙ୍କ ଅନୁଯାୟୀ ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍‌, ଔଷଧର ଅଭାବ ଏବଂ କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା ମଧ୍ୟ ଖରାପ ଅବସ୍ଥାରେ ରହିଥିଲା । ଦେଶରେ ସମୁଦାୟ ୪୬ ଟି ସରକାରୀ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରତିଷ୍ଠାନରୁ ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ଏଭଳି ପରିସ୍ଥିତିରେ ଜାତୀୟ ମାନବ ଅଧିକାର ଆୟୋଗ ଏକ ସରକାରଙ୍କଠାରୁ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।

Get real time updates directly on you device, subscribe now.