fbpx

ପାଣି ପିଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍: ବିଗିଡ଼ିପାରେ ସ୍ୱାସ୍ଥ୍ୟ

ପାଣି ପିଇବା ଶରୀର ପାଇଁ ଏକାନ୍ତ ଆବଶ୍ୟକ । ସସ୍ଥ ରହିବା ପାଇଁ ଜଣେ ବ୍ୟଙ୍କି ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଦରକାର । ତେବେ କ’ଣ ଆପଣ ଜାଣନ୍ତି ଭୁଲ୍ ଭାବରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଆୟୁର୍ବେଦରେ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଛି । ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପ୍ରଥମତଃ ଶୋଷ ମେଣ୍ଟିନଥାଏ ଏବଂ ଦ୍ୱିତୀୟରେ ଶରୀରର ଅନେକ ମହତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଛିଡ଼ା ହୋଇ ପାଣିପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ।

– ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଖାଦ୍ୟ ଏବଂ ଶ୍ୱାସ ନଳୀରେ ହେଉଥିବା ଅମ୍ଳଜାନ ସପ୍ଲାଏ ବନ୍ଦ ହୋଇଯାଏ, ଯାହାର ପ୍ରଭାବ କେବଳ ଫୁସଫୁସ ନୁହେଁ ବରଂ ହାର୍ଟ ଉପରେ ମଧ୍ୟ ପଡ଼ିଥାଏ ।

– ଛିଡ଼ା ହୋଇ ପାଣିପିଇବା ଦ୍ୱାରା ପେଟର ତଳ ଭାଗରେ ଚାପ ପଡ଼ିଥାଏ । ଯାହଦ୍ୱାରା ପେଟ ଆଖପାଖରେ ଥିବା ଅଙ୍ଗକୁ କ୍ଷତି ପହଞ୍ଚିଥାଏ । ଏହା ଯୋଗୁଁ ହାର୍ନିଆ ଭଳି ସମସ୍ୟାର ଶିକାର ହେବାକୁ ପଡ଼ିଥାଏ ।

– ଛିଡ଼ା ହୋଇ ପାଣି ପିଇବା ଅଭ୍ୟାସ ଯୋଗୁଁ ପାଣି ଅତି ଶୀଘ୍ର ଆପଣଙ୍କ ଶରୀର ଦେଇ ଆଣ୍ଠୁରେ ଜମା ହୋଇଯାଏ ଯାହା ଫଳରେ ହାଡ଼ ଏବଂ ଆଣ୍ଠୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

– ଛିଡ଼ା ହୋଇ ପାଣି ପିଇଲେ ହୁଏତ ପେଟ ଭରିଯାଏ କିନ୍ତୁ ଶୋଷ ମେଣ୍ଟି ନଥାଏ । ଶୋଷ ମେଣ୍ଟାଇବା ପାଇଁ ବସିଯାଇ ଅଳ୍ପ ଅଳ୍ପ କରି ପାଣିପିଇବା ଦରକାର । ବ୍ୟକ୍ତି ଯେତେବେଳେ ବସିକରି ପାଣିପିଇଥାନ୍ତି ସେତେବେଳେ ମାଂସପେଶୀ ଏବଂ ସ୍ନାୟୁ ପ୍ରଣାଳୀ ରିଲାକ୍ସ ରହିଥାଏ ଏବଂ ପାଣି ସହଜରେ ହଜମ ହୋଇଥାଏ । କିନ୍ତୁ ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଏମିତି ହୋଇନଥାଏ ।

– ଯେତେବେଳେ କୌଣସି ବ୍ୟକ୍ତି ଛିଡ଼ା ହୋଇ ପାଣି ପିଇଥାଏ ସେତେବେଳେ ପାଣି ବିଶୋଧନ ବିନା ଶୀଘ୍ର ତଳିପେଟ ଆଡ଼କୁ ବଢ଼ିଥାଏ । ଏହି କାରଣରୁ ପାଣିରେ ଥିବା ଅଶୁଦ୍ଧ ପଦାର୍ଥ କିଡନୀରେ ଜମା ହୋଇଯାଏ । ଫଳରେ ଏହାର କୁପ୍ରଭାବ କିଡନୀ ଉପରେ ପଡ଼ିଥାଏ ।

Get real time updates directly on you device, subscribe now.