fbpx

କେଉଁ ଆସନ ଚାହୁଁଛନ୍ତି କେସିଆର? ବିରୋଧୀଙ୍କ ବଳରେ ବଳିୟାନ ହେବାକୁ କରୁଛନ୍ତି ପ୍ରୟାସ

ଭୁବନେଶ୍ୱର:ନିର୍ବାଚନରେ ବିଜୟ ହେବା, ଆସନ ହାତେଇବା ଏହା ହେଉଛି ସମସ୍ତଙ୍କର ଆଶା । କିଛି ନେତା ବଳ ସାମର୍ଥ ଏକଜୁଟ କରି ଲଢ଼ିବାରେ ବିଶ୍ୱାସ କରନ୍ତି ଆଉ କିଛି ଏକାକି ଲଢ଼ନ୍ତି । କେନ୍ଦ୍ରରେ ଏବେ ଏନଡିଏ ସରକାରର ରହିଛି । ଆଉ ଏହି ସରକାରଙ୍କୁ ହଟାଇବା ପାଇଁ ଏବେ ବିଭିନ୍ନ ଦଳ ପ୍ରୟାସ କରୁଛନ୍ତି । ଆଉ ଏବେ ୨୦୨୪ ନିର୍ବାଚନ ଉପରେ ଏବେ ସମସ୍ତଙ୍କର ଆଖି । କିନ୍ତୁ କେନ୍ଦ୍ରରୁ ବିଜେପି ସରକାର ଙ୍କୁ ହଟାଇବା ସେତିକି କଠିନ ଯେତିକି ଓଡିଶାରୁ ନବୀନ ସରକାରଙ୍କୁ ହଟାଇବା ।

ତେବେ ଏହି ସମୟରେ ଏହି ଭଳି କୌଣସି ଦଳ ଏକାକି ଭାବେ ଏହି ଦୁଇ ସରକାରଙ୍କୁ ତାଙ୍କ ଆସନରୁ ହଟାଇବା ଏତେ ସହଜ ନୁହେଁ ବୋଲି ବୁଝିସାରିଲେଣି । ସେଥିପାଇଁ ଏବେ ବିରୋଧୀ ମାନେ ମିତ ବସି ମନ୍ତ୍ର ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏବେ ସୁଦ୍ଧା ଏହି ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ ଯେ ବିରୋଧୀ କ୍ୟାମ୍ପରେ କେଉଁମାନେ ଯୋଗ ଆଉ ସହଯୋଗ ଦେଉଛନ୍ତି ।

ସଙ୍ଗଠନ ସୁଦୃଢ଼ କରିବା ପାଇଁ କେସିଆର ବୁଝି ଯାଇଛନ୍ତି ଯେ ଆମକୁ ତ୍ରୁଣ ମୂଳସ୍ତରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ହେବ । ସେ ଲାଗି ଅବୁଝା ନେତା ମାନଙ୍କୁ ନିଜ ଦଳ ଆଡକୁ ଆକୃଷ୍ଟ କରୁଛନ୍ତି, ଆଉ ଦଳରେ ମିଶିବାକୁ ବୁଝାଉଛନ୍ତି । କିଛି ଦିନ ତଳେ କେସିଆର ଏକ ଶକ୍ତି ପ୍ରଦର୍ଶନ କରିଥିଲେ ଯେଉଁଥିରେ ମୁଖ୍ୟତଃ ଅଣ କଂଗ୍ରେସ ଦଳର ଦେତା ମାନଙ୍କୁ ଦେଖିବାକୁ ମିଳିଥିଲା । ସେଥିରେ ଆପର ମୁଖ୍ୟ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ସିଏମ ଭଗବନ୍ତ ମନ, କେରଳ ସିଏମ ପିନାରାଇ ବୀଜୟନ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି ଅଖିଳେଶ ଥିଲେ । ଆଉ ଏବେ ଓଡିଶାର ନେତା ମାନେ ମଧ୍ୟ କେସିଆରଙ୍କ ସହିତ ହାତ ମିଳାଇବାକୁ ଯାଉଛନ୍ତି ।

କିଛି ଦିନ ତଳେ ଜୟରାମ ପାଙ୍ଗୀ କେସିଆରଙ୍କୁ ଭେଟିଥିଲେ। ଏହା ପରେ ତାଙ୍କର ବିଆରଏସରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପି ନେତା ଗିରିଧର ଗମାଙ୍ଗ ଆଉ ତାଙ୍କ ପୁଅ ଶିଶିର ଗମାଙ୍ଗ ବିଜେପିରୁ ଇସ୍ତଫା ଦେଲେ । ଏହା ପରେ ସେମାନେ ମଧ୍ୟ କେସିଆରଙ୍କୁ ସମର୍ଥନ କରୁଥିବା ଚର୍ଚ୍ଚା ହେବା ସହ ଫଟୋ ମଧ୍ୟ ଖୁବ ସୋସିଆଲ ମିଡିଆରେ ଭାଇରାଲ ହେଲା । ତେବେ ଆଜି ଓଡିଶାର ଏହି ବରିଷ୍ଠନେତା ମାନଙ୍କ ସହିତ ଆହୁରୀ ଅନେକ କୃ୍ଷକ ନେତା କେସିଆରଙ୍କ ଦଳରେ ଯୋଗ ଦେଉଛନ୍ତି । ସେଥିପାଇଁ ଏହି ଓଡିଆ ନେତା ମାନେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ମିଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହୁଡି ସାରିଲେଣି ।

ସେପଟେ ଆପ ମଧ୍ୟ ତାର ସଙ୍ଗଠନକୁ ବଢ଼ାବାର ଲକ୍ଷ୍ୟ ରଖିଛି । ଦିଲ୍ଲୀ ଆଉ ପଞ୍ଜାବର ମଡେଲର ଡେମୋ ଦେଖାଇ ଓଡିଶାବାସୀଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିରୋଧୀ ମାନେ ଭୁଲି ଯାଉଛନ୍ତି ଏହା ଏତେ ସହଜ ନୁହେଁ ।କାରଣ ବିଜୟ ଆଉ ଶକ୍ତି ସବୁ ଚାହୁଁଛନ୍ତି । କେନ୍ଦ୍ରରୁ ମୋଦୀ ଆଉ ଓଡିଶାରୁ ନବୀନଙ୍କୁ ହଟାଇବା ବହୁ କାଠିକର ପାଠ । କିଛି ଭି ହେଇଗଲେ ଯେଉଁଭଳି ପ୍ରଜା ତାଙ୍କ ରାଜାର ଗୁଣଗାନ କରନ୍ତି ଠିକ ସେହି ପରି ଜନସମର୍ଥନ ଏବେ କେନ୍ଦ୍ରରେ ମୋଦୀ ଆଉ ରାଜ୍ୟରେ ନବୀନଙ୍କ ସପକ୍ଷରେ ହିଁ ଯାଉଛି ।

ସର୍ଭେରୁ ଯାହା ସୂଚନା ମିଳୁଛି ଯଦି ଆଜି ନିର୍ବାଚନ କରାଯାଏ ସେଥିରେ ବିଜେପି ବାଜିମାତ କରିବ । ଆଉ ଏପରେ ରାଜ୍ୟରେ ନବୀନ ଓଡ଼ିଶାର ୭୧.୧% ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟ। ତେବେ ବିରୋଧୀଙ୍କ ଏ ଅକ୍ଲାନ୍ତ ପରିଶ୍ରମ କଣ କିଛି ପରିବର୍ତ୍ତନ କରିପାରିବ ?

ତେବେ ଏହି ଭଳି କ୍ଷେତ୍ରରେ କେସିଆରଙ୍କ ଆଭିମୁଖ୍ୟ ଆହୁରୀ ଶକ୍ତିଶାଳୀ ହେବା ଆବଶ୍ୟକ । ବିଜେପି ବିରୋଧରେ ତୃତୀୟ ଫ୍ରଣ୍ଟକୁ ଆଗେଇ ନେବାକୁ ସ୍ୱପ୍ନ ଦେଖୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ତାଙ୍କ ମୁଠା ଆହୁରି ଶକ୍ତ କରିବାକୁ ହେବ। ଯାହା ଶୁଣିବାକୁ ମିଳୁଛି ଏଥର ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୧୭ ଫେବୃଆରୀରେ ହାଇଦ୍ରାବାଦ ଆସିବାକୁ ନିମନ୍ତ୍ରଣ ପଠାଇଛନ୍ତି। ତେବେ ଦେଖିବା ବାକି ରହିଲା କେସିଆରଙ୍କ ନେତୃତ୍ୱରେ ମୁଣ୍ଡ ଟେକୁଥିବା ଦଳ ବାସ୍ତବରେ ଏହି ହେଭିୱେଟ ନେତାଙ୍କୁ ତାଙ୍କ ଗାଦୀରୁ ହଟାଇବାରେ କିଛି ବଳ ଗୋଟାଇ ପାରୁଛନ୍ତି ନା କେବଳ ଫମ୍ପା ମାଠିଆ ପରି ଶବ୍ଦ କରି ଆଲୋଚନା ରେ ହିଁ ରହିଯିବେ ତାହା ସମୟ କହିବ।

Get real time updates directly on you device, subscribe now.