fbpx

କିଭଳି କରିବେ ପରୀକ୍ଷାର ପ୍ରସ୍ତୁତି ତାର ଉପାୟ କହୁଛନ୍ତି ମୋଦୀ ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୮ ଲକ୍ଷ ଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ମାନଙ୍କୁ ପରୀକ୍ଷା ଟିପ୍ସ ଦେଉଛନ୍ତି । ପରୀକ୍ଷା ଚାପରୁ ରକ୍ଷା ପାଇବା ପାଇଁ ପିଏମ ମୋଦୀ ପିଲାମାନଙ୍କୁ ଟିପ୍ସ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ପିଲାମାନଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାଙ୍କ ଷଷ୍ଠ ସଂସ୍କରଣକୁ ସମ୍ବୋଧିତ କରୁଛନ୍ତି।

ସୂଚନାମୁତବକ ୨୦୧୮ ରେ ପ୍ରଥମ ଥର ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ମଧ୍ୟ ମୋର ପରୀକ୍ଷା ଏବଂ ଦେଶର କୋଟି କୋଟି ଛାତ୍ରଛାତ୍ରୀ ମୋ ପରୀକ୍ଷା ନେଉଛନ୍ତି ବୋଲି ମତେ ଅନୁଭବ ହୁଏ । ମୁଁ ଏହି ପରୀକ୍ଷା ଦେବାକୁ ଉପଭୋଗ କରେ।

ପରିବାରମାନଙ୍କ ପାଇଁ ସେମାନଙ୍କ ପିଲାମାନଙ୍କଠାରୁ ଆଶା ରହିବା ସ୍ୱାଭାବିକ, କିନ୍ତୁ ଯଦି ଏହା କେବଳ ସାମାଜିକ ସ୍ଥିତି ବଜାୟ ରଖିବା, ତେବେ ଏହା ବିପଜ୍ଜନକ । ଏଥି ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପରୀକ୍ଷା ଉପରେ ଆଲୋଚନା ଏକ ଜନ ଆନ୍ଦୋଳନର ରୂପ ନେଇଛି। ପିତାମାତା, ଶିକ୍ଷକ ଏବଂ ସମାଜ ଦ୍ୱାରା ପିଲାମାନଙ୍କ ଉପରେ ହେଉଥିବା ଚାପକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ଆମଙ୍କୁ ଏହି ଟିପ୍ସ ବାଣ୍ଟିଛନ୍ତି ।

ସୂଚନାମୁତାବକ ଆଜି ତାଲକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ପରୀକ୍ଷା ପେ ଚର୍ଚ୍ଚା -୨୦୨୩ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାର ସୁଯୋଗ ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅତିଥି ଭାବରେ ଯୋଗଦେବା ସହ , ସେଥିମଧ୍ୟରୁ ୧୦୨ଟି ଦେଶର ବିଭିନ୍ନ ରାଜ୍ୟ ବୋର୍ଡରୁ ଆସିଛନ୍ତି।

Get real time updates directly on you device, subscribe now.