କ୍ୟାନ୍ସର ଏପରି ଏକ ରୋଗ, ଯାହାର ସଠିକ୍ ଚିକିତ୍ସା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହି କାରଣ ଯୋଗୁଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ନହୁଏ, ତେବେ ଏହା ଅଧିକ ସାଂଘାତିକ ହୋଇଯାଏ ଏବଂ ତା’ପରେ ରୋଗୀର ଜୀବନ ରକ୍ଷା କରିବାର ଆଶା ବହୁତ କମ୍ ହୋଇଯାଏ ।
ଏହାର ଚିକିତ୍ସା ଏବଂ ଏହାର ଚେକଅପ୍ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି କାରଣରୁ ଯେଉଁମାନେ ଗରୀବ ବା ଆର୍ଥିକ ସ୍ତରରେ ଦୁର୍ବଳ, ସେମାନେ କ୍ୟାନ୍ସର ଯାଞ୍ଚ ମଧ୍ୟ କରନ୍ତି ନାହିଁ । କିନ୍ତୁ ବୈଜ୍ଞାନିକମାନେ ସେମାନଙ୍କର ଏକ ନୂଆ ଅଧ୍ୟୟନରେ ଦାବି କରିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ପିମ୍ପୁଡ଼ି କ୍ୟାନ୍ସରକୁ ଦୁର୍ଗନ୍ଧ କରି ଚିହ୍ନଟ କରିପାରନ୍ତି । ଯଦି ଏହି ଗବେଷଣା ସଫଳ ହୁଏ, ତେବେ ଏହା ଲୋକମାନଙ୍କୁ ବହୁତ ସାହାଯ୍ୟ କରିବ ।
କ’ଣ ଏହି ରିସର୍ଚ୍ଚ?
ଫ୍ରେଞ୍ଚ ନ୍ୟାସନାଲ ସେଣ୍ଟର ଫର ସାଇଣ୍ଟିଫିକ୍ ରିସର୍ଚ୍ଚ କିଛି ସମୟ ପୂର୍ବରୁ ନିଜର ଏକ ନୂଆ ରିପୋର୍ଟରେ ଦାବି କରିଥିଲା ଯେ, କ୍ୟାନ୍ସର ରୋଗ ଚିହ୍ନଟ କରିବାରେ କୁକୁରମାନଙ୍କ ଅପେକ୍ଷା ଏହି ବିଶେଷ ପ୍ରକାରର ପିମ୍ପୁଡ଼ି ଅଧିକ ସଫଳ ହୋଇପାରିବେ । ଏହି ଅନୁସନ୍ଧାନ ରିପୋର୍ଟ ପ୍ରୋସିଡିଙ୍ଗସ୍ ଅଫ୍ ରୟାଲ୍ ସୋସାଇଟିରେ ପ୍ରକାଶିତ ହୋଇଥିଲା । ଏହା ଅନୁଯାୟୀ, ୟୁରୋପ ଏବଂ ଦକ୍ଷିଣ ଏସିଆରେ ମିଳୁଥିବା ଫର୍ମିକା ଫୁସ୍କା ପିମ୍ପୁଡ଼ିମାନଙ୍କ ମଧ୍ୟରେ ଏକ ଖାସ୍ ଗୁଣ ରହିଛି, ଯେଉଁଥିପାଇଁ ସେମାନେ ଶୁଙ୍ଘିକରି କେଉଁ ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇଛି ବୋଲି ଜାଣିପାରିବେ ।
ପିମ୍ପୁଡ଼ି କିପରି ଜାଣନ୍ତି ?
ଯେତେବେଳେ ଜଣେ ରୋଗୀ କ୍ୟାନ୍ସର ରୋଗରେ ପୀଡିତ ହୁଅନ୍ତି, ସେତେବେଳେ ତାଙ୍କ ଶରୀରରେ ଥିବା କ୍ୟାନ୍ସର ଟ୍ୟୁମରରୁ ଭୋଲେଟାଇଲ୍ ଅର୍ଗାନିକ୍ କମ୍ପାଉଣ୍ଡ ନାମକ ଏକ ରାସାୟନିକ ପଦାର୍ଥ ନିର୍ଗତ ହୁଏ । ଏହି ରାସାୟନିକ ଆମ ଶରୀରରୁ ପରିସ୍ରା ଏବଂ ଝାଳ ମାଧ୍ୟମରେ ବାହାରିଥାଏ । ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ପିମ୍ପୁଡ଼ି ଏହି ରାସାୟନିକକୁ ଶୁଙ୍ଘି ଥାଏ ଏବଂ ଡାକ୍ତରମାନେ କ୍ୟାନ୍ସର ବିଷୟରେ ଜାଣନ୍ତି । ଯଦି ଏହି ରିସର୍ଚ୍ଚ ସଫଳ ହୁଏ, ତେବେ କ୍ୟାନ୍ସର ଯାଞ୍ଚ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଲୋକଙ୍କୁ ଆରାମ ମିଳିବ ।