fbpx

ଗରିବଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର, ସରକାର ବଢ଼ାଇ ପାରନ୍ତି ଉଜ୍ଜ୍ୱଳା ଯୋଜନାର ବଜେଟ୍ !

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୦ ୦ ହଜାରରୁ ଅଧିକ ହୋଇଯାଇଛି । ଏଭଳି ପରିସ୍ଥିତିରେ ମହିଳାମାନେ ଏହି ବଜେଟରୁ ସେମାନଙ୍କର ରୋଷେଇ ଖର୍ଚ୍ଚ କମ୍ କରିବାକୁ ଆଶା ବାନ୍ଧି ବସିଛନ୍ତି । ଏଥିପାଇଁ ସରକାର ପ୍ରଧାନ ମନ୍ତ୍ର ଉଜ୍ଜଳା ଯୋଜନା ଅଧୀନରେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ବଣ୍ଟନ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର ଏହି ଯୋଜନା ପାଇଁ ପ୍ରାୟ ୫୮୧୨ କୋଟି ବଜେଟ୍ ରଖିଥିଲେ । ଏହା ବ୍ୟତୀତ ଏହି ଯୋଜନା ଅଧୀନରେ ବର୍ଷର ୧୨ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ମଧ୍ୟ ପ୍ରଦାନ କରାଯାଉଛି । ଏଭଳି ପରିସ୍ଥିତିରେ ସରକାର ଏହି ସବସିଡି ଆହୁରି ଆଗକୁ ମଧ୍ୟ ଜାରି ରଖିବେ ବୋଲି ଆଶା କରାଯାଉଛି ।

ଗ୍ୟାସ ସିଲିଣ୍ଡର ଉପରେ ସବସିଡି :-
ଉଜ୍ଜଳା ଯୋଜନା ଅଧୀନରେ ଉପଲବ୍ଧ ୧୨ ଟି ଗ୍ୟାସ ସିଲିଣ୍ଡର ଉପରେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି । ସବସିଡି ଅଧୀନରେ ଲୋକଙ୍କୁ ପ୍ରତ୍ୟେକ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ଦିଆଯାଏ । ଏବେ ସରକାର ଏହାକୁ ଆଗାମୀ ଆର୍ôଥକ ବର୍ଷ ପାଇଁ ମଧ୍ୟ ବୃଦ୍ଧି କରିପାରିବେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାର ଏହି ଯୋଜନାକୁ ଆହୁରି ୧୦୦% ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ।

୯ କୋଟି ହିତାଧିକାରୀଙ୍କୁ ଏହି ସୁବିଧା ମିଳିଥିଲା:-
ଗତ କିଛି ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବହୁତ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ମସିହା ମେ ମାସରେ ୨୦୦ ଟଙ୍କା ସବସିଡି ଘୋଷଣା କରିଥିଲେ ଯାହା ଦ୍ୱାରା ଗରୀବ ଲୋକଙ୍କ ଉପରେ ବୋଝ ବଢ଼ିବନି । ଏହି ଯୋଜନା କେବଳ ଆର୍ଥିକ ବର୍ଷରେ ୧୨ ଟି ସିଲିଣ୍ଡର ପାଇଁ ଥିଲା । ଏହି ଯୋଜନାରେ ୯ କୋଟିରୁ ଅଧିକ ଲୋକ ଉପକୃତ ହୋଇଥିଲେ । ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୫୮୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଉଜ୍ଜ୍ୱଳା ଯୋଜନା କ’ଣ?
ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନାକୁ ଆଉ ଏକ ଆର୍ଥିକ ବର୍ଷ ପାଇଁ ବଢ଼ାଇପାରେ । ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ଏଲପିଜି ଗ୍ୟାସ ସଂଯୋଗ ଦିଆଯାଏ । ଏଥିପାଇଁ ସେମାନଙ୍କୁ ୧,୬୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ଏହା ବ୍ୟତୀତ ଏକ ମାଗଣା ରିଫିଲ୍ ଏବଂ ଷ୍ଟୋଭ୍ ଦେବାର ବ୍ୟବସ୍ଥା ଅଛି । ସରକାର ୨୦୧୬ ରେ ପ୍ରଧାନ ମନ୍ତ୍ର ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ ଏବଂ ୧୦ ଅଗଷ୍ଟ ୨୦୨୧ ରେ ଉଜ୍ଜ୍ୱଳା ୨.୦ ଆଣିଥିଲେ । ଏହା ଅଧୀନରେ ସେବାରୁ ବଞ୍ଚିତ ପରିବାରକୁ ମଧ୍ୟ ଗ୍ୟାସ ସିଲିଣ୍ଡର ଯୋଗାଇବା ଲକ୍ଷ୍ୟ ରହିଥିଲା ।

Get real time updates directly on you device, subscribe now.