fbpx

ପୁରୁଷ କି ନାରୀ ନୁହେଁ, ପିଙ୍କ କଲର ସହ ବିବାହ କଲେ ଏହି ମହିଳା, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଆପଣ ଯେତେବେଳେ ବିବାହ କଥା ଶୁଣୁଥିବେ ସେତେବେଳେ ଜଣେ ପରୁଷଙ୍କ ସହ ମହିଳାଙ୍କ ବିବାହ କଥା ଶୁଣୁଥିବେ । ହେଲେ ବର୍ତ୍ତମାନ ଯୁଗ ବଦଳି ପୁରୁଷ ପୁରୁଷଙ୍କ ମଧ୍ୟରେ ଏବଂ ନାରୀ-ନାରୀ ମାନଙ୍କ ମଧ୍ୟରେ ସମଲିଙ୍ଗି ବିବାହ ମଧ୍ୟ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ବିବାହର ଫଟୋ ମଧ୍ୟ ଏହି ମାନଙ୍କର ଦେଖିବାକୁ ମିଳିଥାଏ । କିନ୍ତୁ ଭାବିଲେ ଯଦି ଜଣେ ଏକ ରଙ୍ଗକୁ ବିବାହ କରେ ତେବେ କଥାଟି କିପରି ହେବ ।

ଆଜ୍ଞା ହଁ ଏପରି ଏକ ଘଟଣା ଆମେରିକାର ଏକ ମହିଳାଙ୍କ ପାଖେ ଦେଖାଦେଇଛି । ସେହି ମହିଳା ଜଣକ ପିଙ୍କ କଲର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୋଲାପି ରଙ୍ଗ ସହ ସେ ଧୁମଧାମରେ ବିବାହ କରିଥିବାର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଆମେରିକାର ଲାସ ବେଗାସରେ ଘଟିଛି ।

ସେଠାରେ କିଟନର ସୀରା ନାମକ ଜଣେ ମହିଳା ଗୋଲାପି ରଙ୍ଗ ସହ ବିବାହ କରିଛନ୍ତି । ବିବାହ ଉତ୍ସବରେ ସବୁ ଜିନିଷ ଗୋଲାପି ରଙ୍ଗର ହିଁ ଥିଲା । ସମସ୍ତ ବନ୍ଧୁବର୍ଗ ମଧ୍ୟ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧି ଆସିଥିଲେ । ତେବେ ଏହି ମହିଳା ବିବାହ ଦିନ ପିଙ୍କ ରଙ୍ଗର ଜାମା ପିନ୍ଧି ୧ ଜାନୁଆରୀରେ ବିବାହ କରିଥିଲେ । ସେ ଗାଡ଼ି ଉପରେ ଗୋଲାପି ରଙ୍ଗର କେକ ମଧ୍ୟ ଧରି ବସିଥିଲେ ।

କହିବାକୁ ଗଲେ ଏହି ମହିଳା ୪୦ ବର୍ଷରୁ ଅଧିକ ସମୟ ଗୋଲାପି ରଙ୍ଗ ସହ ରିଲେସନସିପରେ ଥିଲେ । ସେ ଏହାର ସବୁ ସେଡ୍ ର କପଡା ପିନ୍ଧିବାକୁ ପସନ୍ଦ କରୁଥିଲେ । ସେଥିପାଇଁ ସେ ବର୍ତ୍ତମାନ ଗୋଲାପି ରଙ୍ଗକୁ ବିବାହ କରିବା ନେଇ ମନସ୍ତ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Get real time updates directly on you device, subscribe now.