fbpx

NIRD&PR ପକ୍ଷରୁ ବାହାରିଲା ୧୩୫ଟି ପଦବୀ: ଆସନ୍ତା ୯ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା, ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତି ରାଜ (ଏନଆଇଆରଡିଆଣ୍ଡପିଆର) ପକ୍ଷରୁ ୧୩୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୟଙ୍ଗ ଫେଲୋଜ, ଷ୍ଟେଟ ପ୍ରୋଗ୍ରାମ କୋଅର୍ଡିନେଟର, ପ୍ରୋଜେକ୍ଟ ଆସୋସିଏଟ, ମଲ୍ଟି ଟାସ୍କିଂ ସପୋର୍ଟ ଷ୍ଟାଫ, ପ୍ରୋଜେକ୍ଟ ଟ୍ରେନିଂ ମ୍ୟାନେଜର, ସିନିୟର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ କନସଲଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ ।

ଏହି ନିଯୁକ୍ତି ପାଇଁ ଜେନେରାଲ / ଓବିସି ଓ ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଫିସ୍ ପ୍ରଦାନ କରିବାକୁ ପଡ଼ିବ । ଏସସି / ଏସଟିଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ଆସନ୍ତା ମାସ ୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ । ୨୦୨୩ ମସିହା ଜାନୁଆରୀ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: http://career.nirdpr.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-NIRDPR-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://nirdpr.org.in/

Get real time updates directly on you device, subscribe now.