fbpx

ଆସିଲା ବଜେଟ ଅପଡେଟ: ଜାଣନ୍ତୁ କଣ ସବୁ ହେବ ମହଙ୍ଗା

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । ତେବେ ଚଳିତ ବଜେଟରେ କଣ ସବୁ ମହଙ୍ଗା ହେଲା ତାହାକୁ ନେଇ ସୂଚନା ଦିଆଯାଇଛି ।

ସିଗାରେଟ ମୂଲ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ବିଦେଶରୁ ଆସୁଥିବା ସୁନା , ରୂପା , ପ୍ଲାଟିନମ ଆଦି ମହଙ୍ଗା ହେବ । ବିଦେଶରୁ ଆସୁଥିବା ଚାନ୍ଦି ମହଙ୍ଗା ହେବ । ଏହା ସହିତ ସୁନା ଓରୁପାରେ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ପାଇଛି । ସ୍ୱଦେଶୀ ରୋଷେଇ ଚିମିନି ମଧ୍ୟ ମହଙ୍ଗା ହେବ ବୋଲି ସୂଚନା ମିଳିଛି ।

ସୂଚନାମୁତାବକ ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀସମସ୍ୟା ଦୂର,ଜମ୍ମକଶ୍ମୀର, ଲଦାଖ କୁ ବିଶେଷ ଗୁରୁତ୍ୱ ,ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ, ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ଏବଂ ଦକ୍ଷତା ବିକାଶ ଉପରେ ପର୍ଯ୍ୟାବେଶିତ ।

Get real time updates directly on you device, subscribe now.