fbpx

(Video)ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ Mr ଗୁଲୁଆ, କହିଲେ କାହିଁକି ଏତେ ଇର୍ଷା

ଭୁବନେଶ୍ୱର: କିଛି ଦିନ ହେବ ପାରିବାରିକ କଳହ ପାଇଁ ଚର୍ଚ୍ଚାରେ ରହିଥିଲେ ଓଲିଉଡ ଗାୟକ ହ୍ୟୁମାନ ସାଗର । ଏବେ ତାଙ୍କ ପାରିବାରିକ କଳହରେ ପୂର୍ଣ୍ଣଚ୍ଚେଦ ପଡିଛି କିନ୍ତୁ ଏବେ ପୁଣି ତାଙ୍କ ନାମରେ ଏକ ବିବାଦ ଶୁଣିବାକୁ ମିଳୁଛି । ଜଣେ କଳାକାର ହୋଇ ସେ ଆଉ ଏକ କଳାକାରଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଆଉ ଏହି ଅଭିଯୋଗ ଆଣିଛନ୍ତି ଗୁଲୁଆ । ଯିଏ ଆଜି କାଲି ୟୁଟୁବରେ ଖୁବ ପରିଚିତ । ଶହ ଶହ ଲୋକ ମିଷ୍ଟ୍ରର ଗୁଲୁଆଙ୍କ ଭିଡିଓ ଦେଖନ୍ତି । କେବଳ ଏତିକି ନୁହେଁ ତାଙ୍କ କମେଡି ଶୁଣିବା ପାଇଁ ଲୋକ ବହୁ ଦୁର ଦୁର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । କିନ୍ତୁ ଯେଉଁ ଅଭିଯୋଗ ସେ ଆଣିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ଆଲୋଡନ ସୃଷ୍ଟି କରୁଛି ।

ସୂଚନା ମୁତାବକ ଗୁଲୁଆ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଅଭିଯୋଗ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ହ୍ୟୁମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତଗତ ରାଗ କିମ୍ବା କଳହ ନଥିବା ବେଳେ ମଧ୍ୟ ସେ ତାଙ୍କୁ ଟାର୍ଗେଟ କରୁଛନ୍ତି । ଏହା ସହିତ ହ୍ୟୁମାନଙ୍କ ଟିମ ତାଙ୍କୁ ମଞ୍ଚରେ କାର୍ଯ୍ୟକ୍ରମ କରିବାକୁ ଦେଉନାହାନ୍ତି । ଗୁଲୁଆଙ୍କ କହିବା ଅନୁସାରେ ସେ ହ୍ୟୁମାନଙ୍କୁ ବହୁତ ସମ୍ମାନ ଦିଅନ୍ତି । କିନ୍ତୁ ବଦଳରେ ହ୍ୟୁମାନଙ୍କ ଟିମ ତାଙ୍କ ଉପରେ ରାଗ ରଖି ତାଙ୍କୁ କାର୍ଯ୍ୟକ୍ରମ କରିବାକୁ ମନା କରିଛନ୍ତି । ସୂଚନାମୁତାବକ ନିଆଲି ମହୋତ୍ସବରେ ଗୁଲୁଆଙ୍କର କାର୍ଯ୍ୟକ୍ରମ ଥିଲା ଏବଂ ସେହି କାର୍ଯ୍ୟକ୍ରମରେ ହ୍ୟୁମାନଙ୍କର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି କାର୍ଯ୍ୟକ୍ରମରେ ହ୍ୟୁମାନଙ୍କ ଟିମ ଗୁଲୁଆଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ସେ କହିଥିଲେ ଗୁଲୁଆ କାର୍ଯ୍ୟକ୍ରମ କରିଲେ ଆମେ ସେଠାରେ ଗୀତ ପରିବେଷଣ କରିବୁ ନାହିଁ । ତେବେ ଏହି କଥା ଶୁଣିବା ପରେ ଗୁଲୁଆଙ୍କୁ ସେହି କାର୍ଯ୍ୟକ୍ରମରୁ ପଳାଇ ଯିବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ଗୁଲୁଆ ସେଠାରେ ତାଙ୍କ କାର୍ଯ୍ୟକ୍ରମ ପରିବେଶଣ କରିଲେ ଏବଂ ଫେରିଲେ । ଏହା ପରେ ସେ ଏକ ଭିଡିଓ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ହ୍ୟୁମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ।ତେବେ ସିଧା ସଳଖ ଗୁଲୁଆ ହ୍ୟୁମାନ ଏବଂ ତାଙ୍କ ଟିମଙ୍କ ନାମରେ ଅଭିଯୋଗ ଆଣିଥିବା ବେଳେ ଏହି ଘଟଣାର ବିଷୟରେ ହ୍ୟୁମାନ କିଛି ମଧ୍ୟ ତଥ୍ୟ ପ୍ରକାଶ କରିନାହାନ୍ତି ।

Get real time updates directly on you device, subscribe now.