fbpx

ଏୟାର ଇଣ୍ଡିଆର ଏକ୍ସପ୍ରେସ ଫ୍ଲାଇଟ୍ ଇଞ୍ଜିନରେ ଲାଗିଲା ନିଆଁ: ଆବୁଧାବିରେ ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ହୋଇଛି ଅଗ୍ନିକାଣ୍ଡ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଇଞ୍ଜିନରେ ଅଚାନକ୍ ନିଆଁ ଲାଗିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ସୂଚନାନୁସାରେ, ବିମାନଟି ଆବୁଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଭରିଥିଲା । କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗିବା ପରେ ବିମାନଟି ଆବୁଧାବି ବିମାନବନ୍ଦରରେ ଅବତରଣ କରିଥିଲା ।

ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ପାଇଲଟ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିଲେ । କୁହାଯାଉଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ବିମାନରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଚାଲିଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଅନ୍ୟପକ୍ଷରେ ଡିଜିସିଏ ପକ୍ଷରୁ ଏକ ବୟାନ ଜାରି କରାଯାଇ ବିମାନର ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.