fbpx
BJD SKY
BJD SKY

ନିର୍ମାଣାଧୀନ ସଚିବାଳୟରେ ଅଗ୍ନିକାଣ୍ଡ : ଫାୟାର ବ୍ରିଗେଡର ୧୦ଟି ଗାଡ଼ି କଲା ନିୟନ୍ତ୍ରଣ

BJD

ନୂଆଦିଲ୍ଲୀ: ହାଇଦ୍ରାବାଦରେ ନିର୍ମାଣାଧୀନ ସଚିବାଳୟ ଭବନରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଘଟଣାରେ କୌଣସି ମୃତାହତ ହେବାର ସୂଚନା ନାହିଁ ବୋଲି ହାଇଦ୍ରାବାଦ ପୋଲିସ ସୂଚନା ଦେଇଛି ।

ସୂଚନାନୁସାରେ, ବିଲ୍ଡିଂର ତଳ ମହଲାରେ କାଠ କାମ କରୁଥିବାବେଳେ ନିଆଁ ଲାଗିଯାଇଥିଲା । ତଳ ମହଲାରେ ରଖାଯାଇଥିବା ବହୁ ପରିମାଣର ପ୍ଲାଷ୍ଟିକ ଜିନିଷରେ ନିଆଁ ଲାଗିଥିଲା, ଯାହାକି ଅଳ୍ପ ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା । ଛାତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।

ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୧୦ ଟି ଅଗ୍ନିଶମ ଇଞ୍ଜିନ ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତି ଉପରେ ଅଗ୍ନିଶମ ଇଞ୍ଜିନ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ପରେ ନିଆଁ ବ୍ୟାପବାକୁ ରୋକାଯାଇପାରିଥିଲା ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଏବେ ତଦନ୍ତ ଚାଲିଛି । ତଳ ମହଲାରେ କାଠ କାମ ବେଳେ ନିଆଁ ଲାଗିଥିବା ପୋଲିସ ଅନୁମାନ କରୁଛି । ତେବେ ଜାନୁଆରୀ ୧୭ ରେ ନୂଆ ସଚିବାଳୟର ଉଦଘାଟନ ହେବ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଥିଲେ, କିନ୍ତୁ ଏହାକୁ ଏବେ ଆଗକୁ ବଢ଼ାଯାଇଛି ।

Get real time updates directly on you device, subscribe now.