fbpx

ଦଶମ ଶ୍ରେଣୀ ପାଇଁ ହେବ ନାହିଁ ବୋର୍ଡ ପରୀକ୍ଷା, NEPରେ ରହିଛି ଏହି ନିୟମ! ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ଆଜିକାଲି ନୂତନ ଶିକ୍ଷା ନୀତି (NEP) ସମ୍ବନ୍ଧରେ ହ୍ୱାଟ୍ସଆପରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ମେସେଜରେ ଦାବି କରାଯାଇଛି କି, ଏନଇପି ଅଧିନରେ ଏବେ ୧୦ମ ବୋର୍ଡ ପରୀକ୍ଷା କରାଯିବ ନାହିଁ ।

ହ୍ୱାଟ୍ସଆପ୍ ମେସେଜରେ ଏହା ମଧ୍ୟ ଦାବି କରାଯାଇଛି ଯେ, New Education Policyକୁ କ୍ୟାବିନେଟ୍ ଅନୁମୋଦନ କରିଛି ଏବଂ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଏହାସହ ଏଥିରେ ଦର୍ଶାଯାଇଛି ଯେ ଏନଇପି ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ ଦଶମ ବୋର୍ଡ ପରୀକ୍ଷା କରାଯିବ ନାହିଁ । ବୋର୍ଡ ପରୀକ୍ଷା କେବଳ ଦ୍ୱାଦଶ ଶ୍ରେଣୀ ପାଇଁ କରାଯିବ ।

ଭାଇରାଲ ମେସେଜରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏମଫିଲକୁ ଚାରିବର୍ଷର କଲେଜ ଡିଗ୍ରୀ ସହିତ ବନ୍ଦ କରାଯିବ । ଏହା ମଧ୍ୟ କୁହାଯାଇଛି ଯେ ୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ । ମେସେଜରେ କୁହାଯାଇଛି ଯେ, ୩୪ ବର୍ଷ ପରେ ଶିକ୍ଷା ନୀତିରେ ପରିବର୍ତ୍ତନ କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏହି ଦାବିରେ କେତେ ସତ୍ୟତା ରହିଛି । ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି) ଏହି ଦାବିର ଯାଞ୍ଚ କରିଛି ।

ସତ୍ୟତା କ’ଣ?
ଦଶମ ବୋର୍ଡ ପରୀକ୍ଷା ନକରିବା ଦାବିକୁ ପିଆଇବି ଖଣ୍ଡନ କରିଛି । ଏହା ସହିତ ଭାଇରାଲ ମେସେଜରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ନକଲି ବୋଲି କୁହାଯାଇଛି । ଏହି ମେସେଜ ସମ୍ବନ୍ଧରେ ଦିଆଯାଇଥିବା ସୂଚନାରେ ପିଆଇବି ଫ୍ୟାକ୍ଟ ଚେକ୍ ସ୍ପଷ୍ଟ କରିଛି ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି । PIB Fact Check ଆହୁରି ମଧ୍ୟ କହିଛି ଯେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେପରି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ।

Get real time updates directly on you device, subscribe now.