fbpx

CID ପରଦାକୁ ଫେରୁଛି? ସାମ୍ନାକୁ ଆସିଲା ଦୟା ଓ ଏସିପି ପ୍ରଦ୍ୟୁମ୍ନଙ୍କ ଫଟୋ

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସିଆଇଡି ଶୋ’ ଦେଶର ଘରେ ଘରେ ପରିଚିତ । ଏହି ପପୁଲାର ଶୋର ଦ୍ୱିତୀୟ ସଂସ୍କରଣକୁ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ସିଆଇଡିକୁ ନେଇ ଆସିଛି ଏକ ବଡ଼ ଖବର । ଦୟା ଓ ଏସିପି ପ୍ରଦ୍ୟୁମ୍ନଙ୍କ ସହିତ ଅନୁପମାର ଅନୁଜ ସାକ୍ଷାତ କରିଥିବା ନେଇ ଏକ ଫଟୋ ସାମ୍ନାକୁ ଆସିଛି । ତେଣୁ ଏହି ସୋସିଆଲ ମିଡ଼ିଆ ପୋଷ୍ଟକୁ ଦେଖିବା ପରେ ସିଆଇଡି ଫେରୁଥିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସିଆଇଡି ଟେଲିଭିଜନ ଜଗତର ବେଶ ଜଣାଶୁଣା ତଥା ସଫଳ ଶୋ ଭାବେ ବେଶ୍ ପରିଚିତି ହାସଲ କରିଥିଲା । ଫ୍ୟାନ୍ସ ଏହାର ଦ୍ୱିତୀୟ ସିଜିନ ପାଇଁ ବହୁଦିନରୁ ଅପେକ୍ଷା କରି ରହିଛନ୍ତି । ସିଆଇଡି ପୁଣି ଥରେ ଟିଭି ପରଦାକୁ କେବେ ଆସିବ ସେନେଇ କାହା ପାଖରେ କିଛି ଖବର ନାହିଁ । ତେବେ ଦୟା ଓ ଏସିପି ପ୍ରମ୍ୟୁମନଙ୍କ ଏହି ଫଟୋ ଫ୍ୟାନ୍ସଙ୍କ ପାଇଁ କୌଣସି ବଡ଼ ସରପ୍ରାଇଜ ଠାରୁ କମ୍ ନୁହେଁ ।

ଅନୁପମା ଶୋ’ର ଫେମ ଗୌରବ ଖାନ୍ନା ସିଆଇଡି ଷ୍ଟାରକାଷ୍ଟଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଦୟା (ଦୟା ଚନ୍ଦ୍ରଶେଖର ଶେଠୀ) ଓ ଏସିପି ପ୍ରଦ୍ୟୁମନ (ଶିବାଜୀ ସାଟମ)ଙ୍କ ସହିତ ଅନୁପମା’ର ଅନୁଜ (ଗୌରବ ଖାନ୍ନା) ଓ ବନରାଜ (ସୁଧାଂଶୁ ପାଣ୍ଡେ) ହସି ହସି ପୋଜ୍ ଦେଇଥିବା ଦେଖାଯାଉଛି । ତେବେ ଦୀର୍ଘ ସମୟ ପରେ ସମସ୍ତଙ୍କ ସହ ଫଟୋ ଉଠାଇବାର ଅନୁଭୂତି ଖୁବ୍ ନିଆରା ବୋଲି ଲେଖିଛନ୍ତି ଗୌରବ ଖାନ୍ନା । ତେବେ ସିଆଇଡି ଷ୍ଟାରର୍ସଙ୍କ ସହିତ ଅନୁପମାର ଆକ୍ଟର୍ସଙ୍କ କ’ଣ ସମ୍ପର୍କ ରହିଛି ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇବା ସ୍ୱାଭାବିକ । ବାସ୍ତବ କଥା ହେଉଛି, ଗୌରବ ଖାନ୍ନା ଓ ସୁଧାଂଶୁ ପାଣ୍ଡେ ଦୁହେଁ ସିଆଇଡିର କିଛି ଏପିସୋଡରେ ଅଂଶଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.