fbpx

ତୁର୍କୀ ଏବଂ ସିରିଆରେ ଭୂକମ୍ପର ତାଣ୍ଡବ; ୧୯୫ଜଣଙ୍କ ମୃତ୍ୟୁ ଶତାଧିକ ଅଟ୍ଟାଳିକା ନଷ୍ଟ

ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀରେ ହୋଇଥିବା ବଡ ଧରଣର ଭୂକମ୍ପରେ ୯୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଘର ମାଟିରେ ମିଶିଯାଇଛି । ତେବେ ରିକର୍ଟ୍ଟର ସ୍କେଲରେ ବର୍ତ୍ତମାନ ଏହାର ତିବ୍ରତା ୮ ମ୍ୟାଗନିଚ୍ୟୁଡ ଥିବା ଜଣାପଡିଛି । ତେବେ ଏହି ଭୟଙ୍କର ଭୂକମ୍ପରେ କମ୍ପନ ହେତୁ ତୁର୍କୀରେ ବଡ଼ ଧ୍ୱଂସ ହେବାର ଖବର ରହିଛି। ତୁର୍କୀର ଗାଜିଆଣ୍ଟେପ ନିକଟରେ ଏହି ଭୂକମ୍ପ ହୋଇଛି । ଫଳରେ ତୁର୍କୀ ସହିତ ସିରିଆରେ ମଧ୍ୟ ବିନାଶ ଘଟିଛି। ତୁର୍କୀରେ ଭୂକମ୍ପକାରଣରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଟି କୋଠା ଭୁଶୁଡି ପଡିଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କୀର ଗାଜିଆଣ୍ଟେପ ସହରକୁ ଥରାଇ ଦେଇଥିଲା ଏବଂ ଅନେକ ଲୋକ ଅଟ୍ଟାଳିକା ତଳେ ପୋତି ହୋଇ ରହିଯାଇଛନ୍ତି ।

ଦକ୍ଷିଣ ତୁର୍କୀର ଓ ସମାନିଆର ପ୍ରଦେଶ ରାଜ୍ୟପାଳ ଆଜି କହିଛନ୍ତି ଯେ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟପାଳ ଏର୍ଡିନଚ ୟିଲମାଜ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରଦେଶରେ ୩୪ ଟି କୋଠା ନଷ୍ଟ ହୋଇଯାଇଛି। ତେବେ ତୁର୍କୀରେ ଏକ ବଡ଼ ଭୂକମ୍ପ ପରେ ଉତ୍ତର ସିରିଆ ସୀମାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଯାହାଫଳରେ ସିରିଆର ଡାକ୍ତରଖାନାଗୁଡ଼ିକ ଏହା ନିଶ୍ଚିତ କରିଛନ୍ତି। ତୁର୍କୀର ଅଧିକାରୀମାନେ କହିଛନ୍ତି ଯେ ଆଜି ଦକ୍ଷିଣ ପୂର୍ବ ତୁର୍କୀରେ ଘଟିଥିବା ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବହୁ ସଂଖ୍ୟକ ଅଟ୍ଟାଳିକା ଭୁଶୁଡ଼ିବା କାରଣରୁ ମୃତ୍ୟୁ ସଂଖ୍ୟା ବହୁତ ବୃଦ୍ଧି ହେବାର ଆଶଙ୍କା ରହିଛି।

ତୁର୍କୀରେ ଏହି ଭୂକମ୍ପ ସକାଳ ୬.୪୭ ରେ ଗାଜିଆଣ୍ଟେପ ନିକଟରେ ଘଟିଛି। ଏହାର ପ୍ରଭାବ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆରେ ଅନୁଭୂତ ହୋଇଥିଲା । ସୋମବାର ପୂର୍ବାହ୍ନରେ ହୋଇଥିବା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ଏବଂ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୂଚନା ଗ୍ରହଣ କରାଯାଉଛି। ଯେଉଁଥିରୁ ଜଣାପଡିଛି ଯେ ଭୂକମ୍ପ କାରଣରୁ ଏକ ବଡ଼ ଧରଣର ବିନାଶ ଘଠିଛି । ଫଳରେ ପାଖାପାଖି ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନେକ ଧନ ସମ୍ପତ୍ତି କ୍ଷୟ କ୍ଷତି ହୋଇଛି । ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦଗାନ୍ ଟ୍ୱିଟରରେ କହିଛନ୍ତି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ପଠାଯାଇଛି। ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ନିରନ୍ତର କାର୍ୟ୍ୟ କରୁଛନ୍ତି ବୋଲି ଏରଡାନ କହିଛନ୍ତି। ଆଶା କରାଯାଉଛି ଯେ ଆମେ ଏହି ବିପର୍ୟ୍ୟୟର ଯଥାଶୀଘ୍ର ଏବଂ ସର୍ବନିମ୍ନ କ୍ଷତି ସହ ମୁକାବିଲା କରିବୁ ।

ସିରିଆ ସୀମାବର୍ତ୍ତୀ ତୁର୍କୀର ଦକ୍ଷିଣ ଅଞ୍ଚଳରେ ଥିବା ଗାଜିଆଣ୍ଟେପ୍ ହେଉଛି ଏକ ପ୍ରମୁଖ ଶିଳ୍ପ ଏବଂ ଉତ୍ପାଦନ କେନ୍ଦ୍ର । ଉଲ୍ଲେଖନୀୟ ବିଷୟ ହେଉଛି, ତୁର୍କୀ ହେଉଛି ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପ ସହର । ୧୯୯୯ ରେ ତୁର୍କୀରେ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯେଉଁଥରେ ୧୭,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ଇସ୍ତାନବୁଲରେ ପ୍ରାୟ ୧୦୦୦ ଲୋକ ଥିଲେ। ଏକ ବଡ଼ ଭୂକମ୍ପ ଇସ୍ତାନବୁଲକୁ ନଷ୍ଟ କରିପାରେ ବୋଲି ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.