fbpx

ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ

କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ ପିଠାପଣା ଧରି ନିଜ ଝିଅ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ୱର ବେହେରାଙ୍କୁ ଉଠାଇନେଇ ପିଟିପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ୱର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଦାବି ହୋଇଛି। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ତେଣୁ କଟକରୁ ଜଣେ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସୁଥିବାର ଖବର ମିଳିଛି। ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ଘଟଣା ସ୍ଥଳରେ ୨ ଏସିଏଫ ରେଞ୍ଜରଙ୍କ ସହ ଆଉ ୭ ବନ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତକୁ ଉଠାଇଲେ ଓ ମୃତ୍ୟୁ ହେଲା ସେନେଇ ବର୍ତ୍ତମାନ ତଦନ୍ତ ଚାଲିଛି । ହେପାଜତ ମୃତ୍ୟୁକୁ ନେଇ ସାତଗୋଛିଆ ଗାଁ ଲୋକେ ତୀବ୍ରତା ପ୍ରଦର୍ଶନ କରିଛନ୍ତି । ୬୫ ନଂ ରାଜ୍ୟ ରାଜପଥ ବଡ଼ବାରସିଂହଙ୍କ ନିକଟରେ ଅବରୋଧ ହୋଇଛି । ରେଞ୍ଜର ଓ ଏସିଏଫ ପିଟିପିଟି ମାରି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତି ପୂରଣ ଦାବି କରୁଛନ୍ତି ଲୋକେ । ଦୁଇ ଦିନ ତଳେ ହାତୀର ମୃତଦେହ ମିଳିଥିଲା ହେଲେ ଦାନ୍ତ ନ ଥିଲା । ସାତଗୋଛିଆର ଜଣଙ୍କୁ ହାତୀ ଶିକାର ଅଭିଯୋଗରେ ଉଠାଇ ନେଇଥିବା କଥା ସୂଚନା ମିଳିଛି ।

Get real time updates directly on you device, subscribe now.